ବିଜେପି ଛାଡିବା ପରେ ରାଜନୈତିକ ମଞ୍ଚ ଖୋଜୁଛନ୍ତି ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ସହ ବିଜେଡିର ଏକାଧିକ ବରିଷ୍ଠ ନେତାଙ୍କ ଫଟୋକୁ ନେଇ ବଢିଲା ଚର୍ଚ୍ଚା ।

ବିଜେପି ଛାଡିବା ପରେ ରାଜନୈତିକ ମଞ୍ଚ ଖୋଜୁଛନ୍ତି ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ସହ ବିଜେଡିର ଏକାଧିକ ବରିଷ୍ଠ ନେତାଙ୍କ ଫଟୋକୁ ନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ବିଜେଡି ଆଡକୁ ଢଳୁଛନ୍ତି କି ବରିଷ୍ଠ ନେତା ଦିଲ୍ଲୀପ ରାୟ । ୨୦୧୮ରେ ବିଧାୟକ ପଦରୁ ଇସ୍ତଫା ଦେବା ସହ ବିଜେପି ଛାଡିଦେବା ପରେ ଏକ ରାଜନୈତିକ ମଞ୍ଚ ଖୋଜୁଛନ୍ତି ଦିଲ୍ଲୀପ । ଚର୍ଚ୍ଚା ହୋଇଥିଲା ୨୦୧୯ରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଦିଲ୍ଲୀପ । ସେତେବେଳେ ଆଲୋଚନା କରାଯାଉଥିଲା ଯେ, ଦିଲ୍ଲୀପ ହୁଏତ ପୁଣି ବିଜେଡିକୁ ଫେରିପାରନ୍ତି । ଏହି ଚର୍ଚ୍ଚା ବହୁ ପୁରୁଣା ହୋଇଗଲାଣି । କିନ୍ତୁ ଚର୍ଚ୍ଚାକୁ ତାଜା କରିଛି ରାଉରକେଲାରେ ହକି ଆୟୋଜନ ସମୟରେ ଦିଲ୍ଲୀପଙ୍କ ସହ ବରିଷ୍ଠ ବିଜେଡି ନେତାଙ୍କ ଫଟୋ ।

ବଡକଥା ହେଉଛି, ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦିଲ୍ଲୀପଙ୍କ ସହ ଗୋଟିଏ ଫ୍ରେମ୍ରେ ନଜର ଆସିଛନ୍ତି । ଏହି ଫଟୋରେ ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତଙ୍କ ଭଳି ବିଜେଡି ନେତାମାନେ ମଧ୍ୟ ନଜର ଆସୁଛନ୍ତି । ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଗୋଟିଏ କୋଠରୀରେ ବସି ଏହି ନେତାମାନେ ଆଲୋଚନା କରୁଛନ୍ତି । ଯାହାକୁ ନେଇ ନୂଆ ରାଜନୈତିକ ସମୀକରଣର ସନ୍ଦେହ ବଢୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe