କନକ ବ୍ୟୁରୋ : ଗାଁ ଓଡ଼ିଶାର କିନ୍ତୁ ଯୋଜନା ଯୋଗାଉଛି ଆନ୍ଧ୍ର୍ର । କେତେବେଳେ ଜମି ପଟ୍ଟା ବାଟୁଂଛି ତ ଆଉ କେତେବେଳେ ଆବାସ ଯୋଜନାରେ ଘର ଯୋଗାଉଛି । ଓଡ଼ିଶା ସୀମାରେ ଥିବା ଓଡିଶାର ଗାଁକୁ ସୁଧା ସବୁ ସୁବିଧା ଯୋଗାଉଛି ଆନ୍ଧ୍ର । ଆଉ ସୀମାନ୍ତବାସୀ ମଧ୍ୟ ଓଡ଼ିଶା ଉପରେ ଭରସା ଛାଡ଼ି ଆନ୍ଧ୍ର ଭରସାରେ ରହିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକର ଗୋଲରୁ ପଚାଂୟତରେ । ପଚାଂୟତର ରାଇପାଡ଼ ଗାଁକୁ ଆନ୍ଧ୍ର ନିଜ ଅଧିନକୁ ନେଇଛି । ଏହି ଗାଁ ପଛ ପଟେ ରହିଛି ଆନ୍ଦ୍ର ସୀମା । ଗାଁର ଅବସ୍ଥା କହିଲେ ନ ସରେ । ନା ରାସ୍ତା ରହିଛି ନା ରହିଛି ମୌଳିକ ସୁବିଧା । ଆଜି ସୁଦ୍ଧା ଗାଁରେ କୌଣସି ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ । ପଚାରିଲେ କିଏ ସରପଚଂ କିଏ ଅଧିକାରୀ କହିପାରୁ ନାହାନ୍ତି । ଆନ୍ଧ୍ର କଥା ପଚାରିଲେ ପୁରା ବଖାଣୁଛନ୍ତି । ପିଲାଙ୍କ ପାଠ ପଡ଼ା ଠାରୁ ଭତା ଓ ଚାଉଳ ସବୁ କିଛି ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ରାଇପଡା ଗାଁର ଲୋକେ । କୋଟିଆ ବିବାଦ ନ ତୁଟୁଣୁ ଏବେ ଆନ୍ଧ୍ର ଓଡ଼ିଶା ସୀମାର ଦେଢ଼ କିମି ଭିତରୁ ଆସି ରାଡପାଡ଼ ଗାଁରେ ନିଜ ଯୋଜନା ବାଂଟି ଲୋକ ଙ୍କୁ ଆପଣାର କରିବାର ପ୍ରୟାସ ଚଳାଇଛି । ଏପରିକି ଓଡ଼ିଆ ଗାଁରେ ତେଲୁଗୁ ଫଳକ ଲଗାଇ ଆନ୍ଦ୍ର ଯୋଜନା ବାଟିଂଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ଖବର ନାହିଁ ।

Advertisment