ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ଘାଟିରେ ଅଶାନ୍ତ ପରିବେଶକୁ ଶାନ୍ତ କରିବା ପାଇଁ ଅନବରତ ପ୍ରଚେଷ୍ଟା କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଉଠାଯାଇଥିବା ଐତିହାସିକ ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀରର ସ୍ଥାନୀୟ ନେତାଙ୍କୁ ନଜରବନ୍ଦୀ କରାଯାଇଥିଲା । ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଏବଂ ଓମାର ଅବଦୁଲ୍ଲାଙ୍କ ପରେ ଏବେ ପୂର୍ବମନ୍ତ୍ରୀ ତଥା ଡୋଗରା ସ୍ୱାଭିମାନ ସଂଗଠନ ପାର୍ଟିର ଅଧ୍ୟକ୍ଷ ଲାଲ୍ ସିଂହ ଚୌଧରୀଙ୍କୁ ମଧ୍ୟ ନଜରବନ୍ଦୀ କରି ଦେଇଛନ୍ତି । ଲାଲ୍ ସିଂହ ଚୌଧରୀଙ୍କୁ ଜମ୍ମୁ ସ୍ଥିତ ଗାନ୍ଧୀନଗର ସରକାରୀ ବାସଭବନରେ ହିଁ ଗୃହବନ୍ଦୀ କରାଯାଇଛି ।

Advertisment

publive-image

ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ଠପ୍ ହୋଇଯାଇଛି । ଏଥିମଧ୍ୟରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଶାନ୍ତିକୁ ନେଇ ବିପଦ ଥିବା ଆଶଙ୍କା କରାଯାଉଥିବା ବେଳେ କାଶ୍ମୀରରେ ୧୦୦ ରୁ ଅଧିକ ରାଜନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯିବା କଥା ଶୁଣିବାକୁ ମିଳୁଛି । ତେବେ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ରବିବାର ରାତିଠାରୁ ହିଁ ଜମ୍ମୁ-କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଏବଂ ଓମାର ଅବଦୁଲ୍ଲା ଗୃହବନ୍ଦୀ ରହିଛନ୍ତି । ଦୁହିଁଙ୍କୁ ଶ୍ରୀନଗର ହରି ନିବାସ ଗେଷ୍ଟ୍ ହାଉସ୍ ରେ ରଖାଯାଇଛି ।

publive-image