କନକ ବ୍ୟୁରୋ: ବଲିଉଡରେ ପ୍ରବେଶ କରିଛି କରୋନା । ଗତକାଲି ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଅରୋରା କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ଏବେ ଆଉ ୨ ଅଭିନେତ୍ରୀ କରୋନା ସଂକ୍ରମିତ ବୋଲି ଜଣାପଡିଛି । ଏମାନେ ହେଲେ କରୀନାଙ୍କ ଘନିଷ୍ଠ ବାନ୍ଧବୀ ସୀମା ଖାନ୍ ଓ ମାହିପ୍ କପୁର । ଏହାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବା ଜାରି ରହିଛି ।

Advertisment

 ସୀମା ଖାନ୍ ଓ ମାହିପଙ୍କ ଠାରେ କରୋନାର ହାଲକା ଲକ୍ଷଣ ଦେଖାଦେଇଥିବାବେଳେ ଦୁହେଁ ଟେଷ୍ଟିଂ କରିନେଇଥିଲେ । ଏଥିରେ ରିପୋର୍ଟ ପଜିଟିଭ ଆସିଛି । ତେବେ ଏମାନେ ପୂର୍ବରୁ ଏକ ପାର୍ଟିରେ ଯୋଗ ଦେଇଥିବାରୁ ଏମାନଙ୍କୁ ସୁପରସ୍ପ୍ରେଡର କୁହାଯାଉଛି ଓ ବଲିଉଡରେ ଏକରକମ୍ ଛନକା ପଶିଛି ।ଏପରିକି କରୋନାଙ୍କ ବାସଭବନକୁ ସିଲ କରିଦେଇଛି ବୃହନ ମୁମ୍ବାଇ କର୍ପୋରେସନ୍ ।

ସୂଚନା ମୁତାବକ, ୩ ଦିନ ତଳେ କରୀନା ଭଉଣୀ କରିଶ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ ‘କଭି ଖୁସି କଭି ଗମ୍‌’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଅମୃତା ଅରୋରା ମଧ୍ୟ ଯୋଗ ଦେଇଥିଲେ।  କରଣଙ୍କ ପାର୍ଟି ପରେ ଦୁହେଁ ଅନିଲ କପୁରଙ୍କ ଝିଅ ରିୟା କପୁରଙ୍କ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ। ଏହି ପାର୍ଟିରେ ଆହୁରି ବହୁ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଥିଲା।  ଏହାପରେ ଏହି ୨  ଅଭିନେତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ।  ତେଣୁ ବଲିଉଡରେ କରୋନା ପଜିଟିଭ ତାଲିକା ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ଏପରିକି ମୁମ୍ବାଇ ବିଏମ୍‌ସି କରୀନା ଏବଂ ଅମୃତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆର୍‌ଟିପିସିଆର୍‌ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା। ସେମାନଙ୍କ ମଧ୍ୟରୁ ମହିପ କପୁର ଓ ସୀମା ଖାନ ପଜିଟିଭ ଚିହ୍ନଟ ହୋଇଛନ୍ତି।

କରୀନା କପୁର ପଜିଟିଭ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ  ତାଙ୍କ ଘରକୁ ସିଲ୍ କରାଯାଇ ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ଯାଞ୍ଚ କରାଯାଇଛି। ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଥିବା ମଧ୍ୟ ବିଏମ୍‌ସି ପକ୍ଷରୁ କୁହାଯାଇଛି।