କନକ ବ୍ୟୁରୋ: ବିଜେପିରେ ମମତା ମହନ୍ତ ସାମିଲ ହେବା ପରେ ବିଜେଡିର ପ୍ରେସମିଟ୍ । ବିଜେଡି ନେତା ଲେନିନ୍ ମହାନ୍ତି ମମତାଙ୍କ ଉପରେ ବର୍ଷିଛନ୍ତି ଆଉ କହିଛନ୍ତି ଯେ, ଗତକାଲି ଆମେ କହିଥିଲୁ ମମତାଙ୍କ ଇସ୍ତଫା ପଛରେ ଜାତୀୟ ଦଳର ଏକ ବଡ଼ ଚକ୍ରାନ୍ତ ଯାହା ଆଜି ପ୍ରମାଣିତ ହେଲା । ଆମକୁ ପୂର୍ବରୁ ଲାଗୁଥିଲା ଏପରି କିଛି ଘଟିବ ଯାହା ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଘଟିଲା । ମମତା ବିଜେପି ପ୍ରଲୋଭନର ଶିକାର ହୋଇଛନ୍ତି, ସିଏ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ କିନ୍ତୁ ଆମ ଦଳକୁ କିଛି ଫର ପଡ଼ିବନି । ଜିଲ୍ଲାପରିଷଦ ସଭ୍ୟା ମହିଳା ସଶକ୍ତକୁ ଫୋକସ କରି ତାଙ୍କୁ ରାଜ୍ୟସଭାକୁ ବିଜେଡି ସୁପ୍ରିମୋ ପଠାଇଥିଲେ । କୁଡମୀ ସମାଜ ନବୀନ ବାବୁଙ୍କୁ ସବୁବେଳେ ଧନ୍ୟବାଦ ଦେଇଆସୁଛନ୍ତି, କିନ୍ତୁ ପ୍ରଲୋଭନର ଶିକାର ହୋଇ ମମତା ମହନ୍ତ ବିଜେପିରେ ସାମିଲ ହୋଇଛନ୍ତି । ଯଦି ସେ କେବଳ ତାଙ୍କ ସମ୍ପ୍ରଦାୟର ବିକାଶ ପାଇଁ କାମ କରିବାକୁ ବିଜେଡିରେ ସୁଯୋଗ ପାଉନଥିେ ସେ ବିଜେଡିରୁ ଇସ୍ତଫା ଦେଇ ପାରିଥାନ୍ତେ ହେଲେ ସେ ରାଜ୍ୟସଭାରୁ ମଧ୍ୟ ଇସ୍ତଫା ଦେଇ ବିଜେପିକୁ ସେ ସିଟଟା ହସ୍ତାନ୍ତର କରିଦେଲେ । ଯାହା ଦର୍ଶାଉଛି ବିଜେପି ସହ ମମତାଙ୍କ ବଡ଼ ପ୍ଲାନ୍ ହୋଇଛି । ଏପଟେ ବିଶ୍ୱେଶ୍ୱର ଟୁଡୁ ଭାବୁଛନ୍ତି ମମତାଙ୍କ ସ୍ଥାନରେ ସିଏ ରାଜ୍ୟସଭା ସିଟ୍ ପାଇବେ, ଲାଗୁଛି ଏହି ସ୍ୱପ୍ନ ତାଙ୍କର ପୂରଣ ହେବନି ବୋଲି ସମାଲୋଚନା କରିଛି ବିଜେଡି ।

Advertisment