ସରିଲା ଆଇପିଏଲ, ଏବେ ବିଶ୍ୱକପକୁ ଅପେକ୍ଷା । ଆଉ ୧୬ ଦିନ ପରେ ପୁଣି କମ୍ପିବ କ୍ରିକେଟ୍ ମୈଦାନ, ବିଶ୍ୱ ଦେଖିବ ବଡ ଟୁର୍ଣ୍ଣାମେଣ୍ଟ ।

Advertisment
ସରିଲା ଆଇପିଏଲ, ଏବେ ବିଶ୍ୱକପକୁ ଅପେକ୍ଷା । ଆଉ ୧୬ ଦିନ ପରେ ପୁଣି କମ୍ପିବ କ୍ରିକେଟ୍ ମୈଦାନ, ବିଶ୍ୱ ଦେଖିବ ବଡ ଟୁର୍ଣ୍ଣାମେଣ୍ଟ ।

image courtesy - CricketCountry.com

କନକ ବ୍ୟୁରୋ : ଶେଷ ହୋଇଛି ଆଇପିଏଲ ୨୦୧୯ର ଯାତ୍ରା । ହେଲେ କମିନି କ୍ରିକେଟ୍ କ୍ରେଜ୍ । ସନ୍ଧ୍ୟା ହେଲେ କ୍ରୀଡାପ୍ରେମୀଙ୍କ ଉତ୍କଣ୍ଠା ବଢାଉଥିବା ଇଣ୍ଡିଆନ୍ ପ୍ରିମିୟର ଲଗ୍ର ଚଳିତ ସଂସ୍କରଣ ଶେଷ ହୋଇଥିବା ବେଳେ ଏବେ ଅପେକ୍ଷା ରହିଛି କ୍ରିକେଟ୍ ବିଶ୍ୱକପକୁ । ଯେତେବେଳେ ବିଶ୍ୱ ଦେଖିବ କ୍ରିକେଟ ଜଗତର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । ଆଉ ମାତ୍ର ୧୬ ଦିନ ପରେ ଆରମ୍ଭ ହେବ ବିଶ୍ୱକପ ୨୦୧୯ ।

ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମକୁ ନେଇ ହେବ କ୍ରିକେଟର ମହାମୁକାବିଲା । ମୈଦାନରେ ଅଛନ୍ତି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ-ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ, ଆଫଗାନିସ୍ତାନ । ଆସନ୍ତା ମେ’ ୩୦ ତାରିଖରୁ କ୍ରିକେଟର ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତର ଅଭିଯାନ ଆରମ୍ଭ ହେବ ଜୁନ୍ ୫ ତାରିଖରୁ । ପ୍ରଥମ ମ୍ୟାଚରେ ଦକ୍ଷିଣ-ଆଫ୍ରିକାକୁ ଭେଟିବ ଭାରତ ।

publive-imageବିଶ୍ୱକପର କ୍ରିକେଟ୍ କ୍ରେଜ୍ ମଧ୍ୟରେ ସମସ୍ତଙ୍କ ଅପେକ୍ଷା ରହିଛି ଜୁନ୍ ମାସ ୧୬ ତାରିଖକୁ । ଯେତେବେଳେ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଦଳ ଭାରତ-ପାକିସ୍ତାନ । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶରେ ବିବାଦ ଥମିନଥିବା ବେଳେ ବିଶ୍ୱକପର ଏହି ମ୍ୟାଚ ଏକ ବଡ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଚଳିତ ଆଇପିଏଲରେ ଭାରତର ବିଶ୍ୱକପ ଟିମର ସମସ୍ତ ଖେଳାଳୀ ଭଲ ପ୍ରଦର୍ଶନ କରିଥିବାରୁ ଇଣ୍ଡିଆ ବିଶ୍ୱକପ ଜିତିବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ତେବେ ସମୟ କହିବ କିଏ ଜିତୁଛି ବିଶ୍ୱକପ ୨୦୧୯ ଆଉ ରଚିବ ଏକ ନୂଆ ଇତିହାସ ।

ଭାରତୀୟ ବିଶ୍ୱକପ ବାହିନୀ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଯଶପ୍ରିତ ବୁମରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe