କନକ ବ୍ୟୁରୋ: ରାଜଧାନୀରେ ଇନଫୋସିଟି ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା । ଗୁଳିମାଡ଼ ଘଟଣାର ଖୁଲାସା କଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଡିସିପିଙ୍କ ସୂଚନା ମୁତାବକ, ପୁରୁଷ ବନ୍ଧୁ ସହ ଯୁବତୀ ଜଣକ ବନ୍ଧୁକ ଧରି ଖେଳୁଥିଲେ ଆଉ ଏହିସମୟରେ ହଠାତ୍ ବନ୍ଧୁକରୁ ଗୁଳି ଫୁଟିଥିଲା । ୨ ରାଉଣ୍ଡ ଗୁଳି କରି ଯୁବତୀଙ୍କ ଜଙ୍ଘରେ ବାଜିଥିଲା ଆଉ ସେଥିରେ ଯୁବତୀ ଜଣକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ସେପଟେ ଏହି ଗୁଳିମାଡ଼ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୁଲିସ । ଅଭିଯୁକ୍ତ ଆଶିଷ କୁମାର ନାୟକ ଗିରଫ ହୋଇଥିବା ସୂଚନା ଦେଇଛନ୍ତି କମିଶନରେଟ୍ ପୋଲିସ୍ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି । କମିଶନରେଟ୍ ପୋଲିସ ।

ସବୁଠାରୁ ବଡ଼ କଥା ହେଲା, ଅଭିଯୁକ୍ତ ଆଶିଷ ନାୟକ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି । ତେବେ ଇନଫୋସିଟ୍ ଅଞ୍ଚଳସ୍ଥିତ ବଜରଙ୍ଗ ବିହାରରେ ଥିବା ଯୁବତୀଙ୍କ ଘରକୁ ଆସିଥିଲେ ଆଶିଷ । ଆଉ ଏହି ସମୟରେ ଉଭୟ ବନ୍ଧୁକ ଧରି ଖେଳୁଥିଲେ , ହେଲେ ହଠାତ୍ ଏଭଳି ଗୁଳିଫୁଟିଥିଲା ।