ପିଓକେକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବୟାନ ପରେ ବିଳିବିଳେଇଲାଣି ପାକିସ୍ତାନ । କହିଲା ଭାରତୀୟ ସେନାକୁ ଜବାବ ଦେବାକୁ ଆମ ସଶସ୍ତ୍ର ସେନା ତୟାର

400

କନକ ବ୍ୟୁରୋ : ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କ ବୟାନକୁ ନେଇ ପାକିସ୍ତାନ ବିଚଳିତ । ଏହାକୁ ନେଇ ଟୁଇଟ୍ କରି ପାକିସ୍ତାନ ଭାରତକୁ ଦେଖାଇଛି ନାଲିଆଖି । କହିଛି ପାକିସ୍ତାନର ସଶସ୍ତ୍ର ବଳ ଭାରତର କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବାକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଗତକାଲି ସ୍ଥଳସେନା ମୁଖ୍ୟ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ କହିଥିଲେ ସଂସଦରୁ ଆଦେଶ ଆସିଲେ ଭାରତୀୟ ସେନା ପିଓକେକୁ ଭାରତ ସହିତ ମିଶାଇ ଦେବ । ଭାରତୀୟ ସେନା ପିଓକେରେ ପଶି ଆକ୍ରମଣ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସେନାମୁଖ୍ୟ କହିଥିଲେ ଭାରତର ଉତର ଓ ପଶ୍ଚିମ ଦୁଇ ଦିଗରେ ସୀମା ଭାରତ ପାଇଁ ମହତ୍ୱପୂର୍ଣ୍ଣ ।

ତେଣୁ ଯଦି ସରକାର ନିର୍ଦ୍ଦେଶ ଦେବେ ତେବେ ପିଓକେକୁ ଭାରତରେ ମିଶାଇ ଦିଆଯାଇ ପାରିବ । ପିଓକେକୁ ନିଜ କବଜାକୁ ଅଣାଯାଇପାରିବ । ଭାରତ ଦେଶର ଏହି ଦୁଇ ଦେଶର ସୀମାରେ ଜବାନ ଓ ଅସ୍ତ୍ରଶସ୍ତ୍ରକୁ ଆବଶ୍ୟକ ପରିମାଣର ଯୋଗାଇ ଏଥିପାଇଁ ପୁରା ପ୍ରସ୍ତୁତ ରହିଥିବା କହିଛନ୍ତି । ସ୍ଥଳସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ନିଜର ପ୍ରଥମ ଗସ୍ତ ଦେଶର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତ କରି ଭାରତୀୟ ଜବାନଙ୍କ ସହିତ ସମୟ କଟାଇଥିଲେ । ଏହା ପରେ ପରେ ସେ ରଖିଛନ୍ତି ପିଓକେକୁ ଭାରତରେ ମିଶାଇ ଦେବା ନେଇ ବୟାନ । ଭାରତୀୟ ସେନା ମୁଖ୍ୟଙ୍କ ଏହି ବୟାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଯାହାକୁ ନେଇ ପାକିସ୍ତାନରେ ଇମ୍ରାନ ସରକାରଙ୍କ ଚିନ୍ତା ବଢିଯାଇଛି ।