କନକ ବ୍ୟୁରୋ : ଚୀନ୍ ସଟ୍ ଭିଡିଓ ଆପ୍ ଟିକଟକ୍ କୁ ପୁଣି ଲାଗିଛି ଆଉ ଏକ ଶକ୍ତ ଝଟକା । ପାକିସ୍ତାନରେ ଟିକଟକ୍ ଉପରେ ଲାଗିଲା ପ୍ରତିବନ୍ଧକ । ପାକିସ୍ତାନ କର୍ତୃପକ୍ଷ ଶୁକ୍ରବାର ଟିକଟକ ଉପରେ କଟକଣା ଲଗାଇଛନ୍ତି । ପାକିସ୍ତାନ ଟେଲିକମ୍ୟୁନିକେସନ ପକ୍ଷରୁ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଟିକଟକ୍ ଆପରେ ଅଶ୍ଳୀଳତାକୁ ପ୍ରସାର କରାଯାଉଥିବା ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି ।
ଚୀନ୍ ରେ ବାଇଟଡାନ୍ସ କମ୍ପାନୀର ସଟ୍ ଭିଡିଓ ଆପ୍ ହେଉଛି ଟିକଟକ୍ । ତେବେ ଏହି ଆପକୁ ନିକଟରେ ଗୋଟିଏ ପରେ ଗୋଟିଏ ଝଟକା ଲାଗିଚାଲିଛି । ପ୍ରଥମେ ଗଲୱାନ ସଂଘର୍ଷ ପରେ ଭାରତ ସରକାର ଏହା ଉପରେ କଟକଣା ଲଗାଇଥିଲେ । ଜାତୀୟ ସୁରକ୍ଷାପ୍ରତି ବିପଦ ଦର୍ଶାଇ ଏହି ପଦକ୍ଷେପ ନେଇଥିଲେ ମୋଦୀ ସରକାର । ସେପଟେ ଆମେରିକା ଓ ଅଷ୍ଟ୍ରେଲିଆରେ ମଧ୍ୟ ଟିକଟକ୍ ଆପ୍ ଅସୁବିଧାର ସମ୍ମୁଖୀନ ହୋଇଛି । ଟିକଟକ୍ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରମ୍ପ ପ୍ରଶାସନ ।
ପୂର୍ବରୁ ଭାରତରେ ଏହି ଆପକୁ ବ୍ୟାନ କରାଯାଇଥିଲା । ଦେଶରେ ଚାଇନା ଆପକୁ ବୟକଟ କରିବା ସହ ଟିକଟକକୁ ମଧ୍ୟ ବ୍ୟାନ କରାଯାଇଥିଲା । ତେବେ ଏବେ ଟିକଟକ ଆମେରିକାରେ ମଧ୍ୟ ବ୍ୟାନ ହେବା ଉପରେ ରହିଛି ।