ନ୍ୟୁଜିଲାଣ୍ଡଠୁ ପରାଜୟ ପରେ ଟ୍ରେଣ୍ଡ କରୁଛି #BAN IPL: ମେଣ୍ଟର ଧୋନୀଙ୍କୁ ନେଇ ଉଠିଲା ପ୍ରଶ୍ନ

403

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଭାରତର ପରାଜୟ ପରେ ଏବେ ଭାରତୀୟ ଫ୍ୟାନ ଅସନ୍ତୋଷ ଜାହିର କରିଛନ୍ତି । ଏବେ ଭାରତ ପାଇଁ ସେମି ଫାଇନାଲ ଖେଳିବା କଷ୍ଟକର ହୋଇ ପଡିଛି । ପରାଜୟ ପରେ ଫ୍ୟାନମାନେ ସୋସିଆଲ ମିଡିଆରେ ଟିମ ଇଣ୍ଡିଆ ଉପରେ ପ୍ରବଳ ବର୍ଷିଛନ୍ତି ।

ଟିମ ଇଣ୍ଡିଆ ଉପରେ ଏହି ଅସନ୍ତୋଷ ଟ୍ୱିଟରରେ ଜାହିର କରିଛନ୍ତି ଫ୍ୟାନ । ଟ୍ୱିଟରରେ #BAN IPL ଟ୍ରେଣ୍ଡ କରୁଛି । ଫ୍ୟାନମାନଙ୍କ କହିବାନୁସାରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ଯଦି ଭଲ ପ୍ରଦର୍ଶନ ଦେଇ ପାରିବନି ତେବେ ଏତେ ଟଙ୍କା ଖର୍ଚ୍ଚ କରି ଆଇପିଏଲ ଖେଳିବାର ଆବଶ୍ୟକତା କଣ ରହିଛି ।

ଏହାସହ ଫ୍ୟାନମାନେ ମେଣ୍ଟର ଧୋନୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିରେ #Mentor Dhoni ଟ୍ୱିଟରରେ ଟ୍ରେଣ୍ଡ କରୁଛି । କହିରଖିଥାଉକି, ଚଳିତ ଟି-୨୦ ବିଶ୍ୱକପରେ ଧୋନୀଙ୍କୁ ଟିମର ମେଣ୍ଟର ଭାବେ ନିଯୁକ୍ତ କରାଯାଇଥିଲା ।

ବର୍ତ୍ତମାନ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ପାକିସ୍ତାନ । ସେହିପରି ଦ୍ୱିତୀୟରେ ଆଫଗାନିସ୍ତାନ, ତୃତୀୟରେ ନ୍ୟୁଜିଲାଣ୍ଡ, ଚତୁର୍ଥରେ ନାମ୍ବିଆ, ପଞ୍ଚମରେ ଭାରତ ଓ ଷଷ୍ଠରେ ସ୍କଟଲାଣ୍ଡ ରହିଛି । ତେବେ ଭାରତ ଆହୁରି ୩ଟି ମ୍ୟାଚ ଖେଳିବା ବାକି ରହିଛି ।