କନକ ବ୍ୟୁରୋ : ହସ୍ପିଟାଲରୁ ବାହାରିଲେ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ବାହାରିଲେ ପ୍ରଶାନ୍ତ ଜଗଦ୍ଦେବ । ସ୍ୱତନ୍ତ୍ର ପୋଲିସ ଟିମ୍ ତତ୍ୱାବଧାନରେ ହସ୍ପିଟାଲରୁ ସ୍ଥାନାନ୍ତରଣ କରାଯାଉଛି । କୋର୍ଟରେ ହାଜର ପରେ ଜେଲ ଯିବେ ବାହୁବଳୀ ବିଧାୟକ । ବିଧାୟକ ପ୍ରଶାନ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ପୋଲିସ । ପୋଲିସର ସ୍ୱତନ୍ତ୍ର କାରକେଡ୍ ମଧୟରେ ପୋଲିସର ୪ଟି ଟିମ୍ ପ୍ରଶାନ୍ତ ଜଗଦେବଙ୍କୁ ନିଆଯାଉଛି ।
ତେବେ ମାର୍ଚ୍ଚ ୧୨ ତାରିଖରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାରକୀୟ କାଣ୍ଡ ସାରା ରାଜ୍ୟକୁ ଚକିତ କରି ଦେଇଥିଲା । ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଥିବା ବେଳେ ବିଜେପି କର୍ମୀଙ୍କ ଶୋଭାଯାତ୍ରା ଉପରେ ଗାଡି ଚଢାଇ ଦେଇଥିଲେ । ଏଥିରେ ୧୫ ବିଜେପି କର୍ମୀ ଆହତ ହୋଇଥିଲେ । ସେହିପରି ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ବି ଆହତ ହୋଇଥିଲେ । ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତିି କରାଯାଇଛି । ଅଧିକ ଗୁରୁତର ମାନଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରିକି ବିଧାୟକ ବ୍ଲକ ସୁରକ୍ଷାରେ ନିୟୋଜିତ ଥିବା ୯ ପୋଲିସଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉତ୍ୟକ୍ତ ଜନତା ତାଙ୍କୁ ଗାଡିରୁ ବାହାର କରି ଲହୁଲୁହାଣ କରିଥିଲେ ।