ହେମନ୍ତଙ୍କ ଇସ୍ତଫା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । ଜାଣନ୍ତୁ, ତାଙ୍କର ସମ୍ପୂର୍ଣ୍ଣ ପରିଚୟ…

211

କନକ ବ୍ୟୁରୋ: ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚମ୍ପଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ ବର୍ତ୍ତମାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ନେତା ଝାଡ଼ଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ ।

ଚମ୍ପଇ ସୋରେନ କିଏ ?

  • ଚମ୍ପଇ ସୋରେନ ଝାଡଖଣ୍ଡ ସରକାରର ପରିବହନ ଓ ଏସସି-ଏସଟି ମନ୍ତ୍ରୀ ଅଛନ୍ତି
  • ଝାଡଖଣ୍ଡ ଟାଇଗର ଭାବରେ ସେ ରାଜ୍ୟରେ ଜଣାଶୁଣା
  • ୧୦ମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି ଚମ୍ପଇ ସୋରେନ
  • ଝାଡଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ ଚମ୍ପଇ
  • ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ
  • ଏହାପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ
  • ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଥିଲେ
  • ୨୦୧୦ରୁ ୨୦୧୩ ଯାଏଁ ମନ୍ତ୍ରୀ ଥିଲେ ଚମ୍ପଇ
  • ଏହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା
  • ଏବେ ଜେଏମଏମର ଉପାଧ୍ୟକ୍ଷ ଅଛନ୍ତି ଚମ୍ପଇ
  • ୨୦୧୯ରୁ ଝାଡଖଣ୍ଡ ସରକାରରେ ମନ୍ତ୍ରୀ ଅଛନ୍ତି