ବର୍ଷ ବର୍ଷ ଧରି ଗାଁ ରାସ୍ତାର ମରାମତି କଲେ ନାହିଁ ପ୍ରଶାସନ । ନିଜ ଗାଁର ରାସ୍ତା ତିଆରି କଲେ କଳାହାଣ୍ଡିର ୫ଟି ଗାଁର ଲୋକ
କନକ ବ୍ୟୁରୋ : କାହା ହାତରେ କୋଡି, କାହା ହାତରେ କୋଦାଳ । ନିଜ ପାଇଁ, ପରିବାର ପାଇଁ, ଗାଁ ପାଇଁ ରାସ୍ତା ତିଆରିରେ ଲାଗିଛନ୍ତି ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଆମପାଣି ପଂଚାୟତର ବିରିମୁହାଣ ଛକରୁ କୁଟୁରୁ ଗାଁକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଯେଉଁ କାମ ପ୍ରଶାସନ କରିବା କଥା ତାହା ୭୦ ଦଶକ ପରେ ବି ହେଲାନି । ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ ସତ୍ୱେ କିଛି ଫଳ ମିଳିଲାନି । ଶେଷରେ ୫ ଖଣ୍ଡ ଗାଁର ଲୋକେ ଶ୍ରମଦାନ କରି ତିଆରି କରିଛନ୍ତି ରାସ୍ତା ।

Kanak News is now on WhatsApp
Join and get latest news updates delivered to you via WhatsApp
ଆମପାଣି ଠାରୁ ୧୨ କିମି ସାହାଜଖୋଲ ଜଙ୍ଗଲରେ ଥିବା ପ୍ରାୟ ୫ଟି ଗାଁର ଲୋକେ ରାସ୍ତା ଅଭାବରୁ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି । କୁଟୁରୁ, ଲୋକାଆମ, ଆନ୍ଧିଝରଣ, ସର୍ଗିପାଲି, ଗୋଇଚଂଚରା ଗାଁର ପୀଢି ପୀଢି ଧରି ଗମନାଗମନ ଓ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ଗର୍ଭବତୀ, ରୋଗୀଙ୍କୁ ମେଡିକାଲ ନେବା ହେଉ କି ପିଡିଏସ ସାମଗ୍ରୀ ପାଇଁ ହେଉ, ୧୨ କିମି ଦୁର୍ଗମ ରାସ୍ତା ଚାଲିବାକୁ ପଡିଥାଏ । ଲୋକଙ୍କ ପାଇଁ ପ୍ରଶାସନ ଗମନାଗମନା ସୁବିଧା ନକରିବାରୁ ଲୋକେ ନିଜ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ୨୬ ନଂବର ଜାତୀୟ ରାଜପଥଠାରୁ ୧୨ କିମି ଦୂର ଘଂଚ ଜଙ୍ଗଲର ୫ଖଣ୍ଡ ଗାଁର ଲୋକେ ଶ୍ରମଦାନ କରି ରାସ୍ତା ତିଆରି କରିବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।