ଧାମନଗର ଉପନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜୁ ଦାସ; କହିଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଉଠୁନି ପ୍ରଶ୍ନ

187

କନକ ବ୍ୟୁରୋ : ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ରାଜେନ୍ଦ୍ର ଦାସ । କୋହଭରା କଣ୍ଠରେ ରାଜୁ କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିବାର ଉଠୁନି ପ୍ରଶ୍ନ । ଧାମନଗରର ବିକାଶ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ କହିଛନ୍ତି । ରାଜୁଙ୍କ ଘର ଆଗରେ ସମର୍ଥକଙ୍କ ଭିଡ ଲାଗିଛି । କିଛି ସମୟ ପରେ ସମର୍ଥକଙ୍କ ସହ ବାହାରି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ ରାଜୁ ଦାସ । ବିଜେଡି ପୂର୍ବରୁ ରାଜୁଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ ।

ସେପଟେ, ବିଜେଡି ପ୍ରାର୍ଥୀଭାବେ ଲଢ଼ୁଥିବା ଅବନ୍ତୀ ଦାସ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ । ଧାମନଗର ଉପନିର୍ବାଚନ ପାଇଁ ବିଜେଡି ମହିଳା କାର୍ଡ ଖେଳିଛି । ଆଜି ନାମାଙ୍କନର ଶେଷ ତାରିଖ ହୋଇଥିବାରୁ ଏହା ଉପରେ ରହିଛି ସମସ୍ତଙ୍କ ନଜର । ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି ।