ସୋସିଆଲ୍ ମିଡିଆରେ ବନ୍ଧୁତା , ପୂଜା ମଣ୍ଡପରେ ପ୍ରଥମ ଦେଖା , ପ୍ରେମନିବେଦନ ଆଉ ତା’ପରେ ବିବାହ ! ଚର୍ଚ୍ଚାରେ ସୁଦିପ୍-ପ୍ରତିମାଙ୍କ ସିନେ ଷ୍ଟାଇଲର ବିବାହ 

7,429

ସୋସିଆଲ୍ ମିଡିଆରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ,ତା’ପରେ ବନ୍ଧୁତା ଅଚାନକ ଦେଖାସାକ୍ଷାତ ଆଉ କିଛି ସମୟ ମଧ୍ୟରେ ବିବାହ । ଶୁଣିଲେ ଅଜବ ଲାଗୁଥିବ ନିହାତି କିନ୍ତୁ ସମ୍ପୁର୍ଣ୍ଣ ଘଟଣା ଜାଣିଲେ ଆପଣ ବି ଅବାକ୍ ହୋଇଉଠିବେ । ମା’ ଦୂର୍ଗାଙ୍କ ନବରାତ୍ରୀ ସମୟରେ କଲିକତାରେ ହଜାର ହଜାର ମଣ୍ଡପ ଭିତରେ ଏଭଳି ଏକ ପ୍ରେମକାହାଣୀର ଆରମ୍ଭ ଆଉ ସେଠାରୁ ହିଁ ବୈବାହିକ ସଂପର୍କରେ ପ୍ରେମୀଯୁଗଳ ଛନ୍ଦି ହୋଇଛନ୍ତି । ସିନେମା ଭଳି ଲାଗୁଥିବା ଏହି ଲଭଷ୍ଟୋରୀ କଲିକତାର ସନ୍ତୋଷ ମିତ୍ରା ପୂଜା ମଣ୍ଡପରେ ହୋଇଥିଲା । ରବିବାର କଲିକତାର ସୁଦିପ୍ ଘୋଷାଲ୍ ଏବଂ ସେବଡାଫୁଲୀର ପ୍ରତିମା ବାନାର୍ଜୀ ମା’ ଦୂର୍ଗାଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତିନି ମାସ ପୂର୍ବେ ସୋସିଆଲ୍ ମିଡିଆରୁ ପରିଚିତ ହୋଇଥିବା ସୁଦିପ୍ ଏବଂ ପ୍ରତିମାଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା । ଯାହା ଦୂର୍ଗା ପୂଜା ମଣ୍ଡପରେ ବିବାହର ରୁପ ନେଇଛି ।

ମହାଅଷ୍ଟମୀରେ ପ୍ରତିମା କଲିକତା ପୂଜା ମଣ୍ଡପ ବୁଲିବାକୁ ଆସିଥିଲେ । ଏହି କଥା ଜାଣିବା ପରେ ସୁଦିପ୍ ମଧ୍ୟ ସାଙ୍ଗମାନଙ୍କ ସହ ସେଠାରେ ପହଁଚି ଯାଇଥିଲେ । ଦୁଇଜଣ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଦେଖିଥିଲେ ଏବଂ ପ୍ରଥମଦେଖାରେ ହିଁ ସିନେମା ଷ୍ଟାଇଲରେ ସୁଦିମ୍ ଆଣ୍ଠୁରେ ବସି ପ୍ରତିମାକୁ ପ୍ରେମ ନିବେଦନ କରିବା ସହ ବିବାହ କରିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ଉତ୍ତରରେ ପ୍ରତିମା ମଧ୍ୟ ହଁ କରିଦେଲେ । ଇତି ମଧ୍ୟରେ ମଣ୍ଡପରେ ଉପସ୍ଥିତ ଥିବା ଲୋକମାନେ ତାଳି ମାରି ପ୍ରେମୀଯୁଗଳଙ୍କୁ ବିବାହ କରିବାକୁ କହିଥିଲେ । କିଛି ସମୟ କଥାବାର୍ତ୍ତା କରିବା ପରେ ଦୁହେଁ ମଣ୍ଡପରେ ହିଁ ବିବାହ କରିଥିଲେ । ପେସାରେ ମେଡିକାଲ୍ ରିପ୍ରେଜେନଟେଟିଭ୍ ଥିବା ସୁଦିପ୍ କୁହନ୍ତି ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଏଭଳି କରିବି ବୋଲି ଭାବିନଥିଲି । ଅନ୍ୟପକ୍ଷରେ ପ୍ରତିମା ମଧ୍ୟ ବିବାହକୁ ନେଇ ଖୁବ୍ ଖୁସି ଏବଂ ଉତ୍ସାହିତ ଥିବା ଦେଖାଦେଇଥିଲେ ।