ଫେରିଲା ‘ଫୋନି’, ଛାଡ଼ିଲା ଚିହ୍ନ । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ତାଣ୍ଡବ ରଚି ଫେରିଗଲା ଯମଦୂତ ।

209

କନକ ବ୍ୟୁରୋ : ଆସିଲା ଉଜାଡ଼ିଲା ଚିହ୍ନ ଦେଇ ଚାଲିଗଲା । ଭାରତ ଛାଡ଼ିଲା ବାତ୍ୟା ‘ଫୋନି’  । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଗତ ତିନିଦିନ ଧରି ପ୍ରଳୟ ସୃଷ୍ଟି କରିଥିବା ବାତ୍ୟା ‘ଫୋନି ଗତକାଲି ପୂର୍ବାହ୍ନରେ ଭାରତ ଛାଡ଼ିଛି । ଯମଦୂତ ସାଜି ଭାରତକୁ ଆସି ଓଡ଼ିଶାରେ କରାଳ ରୂପ ଦେଖାଇ ଗତକାଲି ପୂର୍ବାହ୍ନ ରେ ବାଂଲାଦେଶକୁ ଫେରିଯାଇଥିବା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

ଅନ୍ୟପଟେ ‘ଫୋନି’ ବାଂଲାଦେଶରେ ପହଁଚିବା ପରେ ସେଠରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିଥିଲା । ହେଲେ ଏହାପରେ ସ୍ଥିତି ସ୍ୱାଭାବିକ ହୋଇଛି । ସବୁଠାରୁ ବଡ଼ କଥା ହେଲାକି ଏହାଦ୍ୱାରା ସେଠାରେ କାହାର କୌଣସି କ୍ଷୟକ୍ଷତି ଘଟିନାହିଁ ବୋଲି ଜଣାପଡ଼ିଛି । ତେବେ ଓଡ଼ିଶାରେ ବାତ୍ୟା ଫୋନିର ପ୍ରଭାବ ବେଶ୍ ଅଧିକ ପଡ଼ିଥିଲା । ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଗତ ୩ ତାରିଖରେ ବାତ୍ୟା ‘ଫୋନି’ ସ୍ଥଳ ଭାଗ ଛୁଇଁଲା ପରେ ବେଳେ ପବନର ବେଗ ୧୮୦ରୁ ୨୦୦ କିମି ମଧ୍ୟରେ ରହିଥିଲା ।

ସେହିଭଳି ‘ଫୋନି’ ସମୟରେ ପବନର ବେଗ ଯେତିକି ଥିଲା ବର୍ଷା ମଧ୍ୟ ସେହି ପରିମାଣରେ ହୋଇଥିଲା । ବାତ୍ୟା ସମୟରେ ଗୋଟିଏ ଦୁଇଟି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା । ତେବେ ଏହି ସମୟ ମଧ୍ୟରେ  ଗୋପାଳପୁରରେ ସର୍ବାଧିକ ୧୮୦ ମିମି ବର୍ଷା ହୋଇଛି । ସେହିଭଳି ଭୁବନେଶ୍ୱର ୧୫୫ ମିମି ବର୍ଷା ହୋଇଥିବାବେଳେ କଟକରେର ୧୨୮, ପୁରୀରେ ୧୧୫ ମିମି ବର୍ଷା ହୋଇଥିବା ରେକର୍ଡ଼ ହୋଇଛି ।