ଭୟଙ୍କରୀ ବାତ୍ୟା ଫୋନିର କରାଳ ରୂପରୁ ବର୍ତ୍ତି ପାରିନି ଓଡ଼ିଶା । ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ବିଦ୍ୟୁତ୍ ସଂକଟ ଲାଗିରହିଛି । ତେବେ ଯୁଦ୍ଧକାଳୀନ ସ୍ଥିତିରେ ଏବେ ମଧ୍ୟ ବିଦ୍ୟୁତ୍ ବିଭାଗ କର୍ମଚାରୀ ଦିନରାତି ଲାଗି ବିଦ୍ୟୁତ୍ ସଜାଡିବାରେ ଲାଗି ପଡିଛନ୍ତି । ସୋସିଆଲ୍ ମିଡିଆରେ ବିଦ୍ୟୁତ୍ କର୍ମଚାରୀଙ୍କ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ୍ ହେଉଛି । ଉଦୁଉଦିଆ ଖରାରେ କିଭଳି କିଏ ପୋଲ ଉପରେ ତ ଆଉ କିଏ ନିଆଁ ପରି ଗରମ ଥିବା ରଡ୍ କୁ ଧରି ବିଦ୍ୟୁତ୍ ସଜାଡୁଛନ୍ତି ।
ତେବେ ଏହି ଭିତରେ ମହାନଦୀର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଫୋନିରେ କିଭଳି ବିଦ୍ୟୁତ୍ ବିଭାଗ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରେ ବିଦ୍ୟୁତ୍ ସଜାଡିବାର ଦେଖିବାକୁ ମିଳୁଛନ୍ତି । ବିଡାନାସି ଏବଂ ଚୌଦ୍ୱାର ଲାଇନରୁ ୧୬ ରୁ ୧୩୨ କେଭି ଲାଇନ୍ ପାଣି ଭିତରେ କିଭଳି କର୍ମଚାରୀମାନେ ଇଲେକ୍ଟ୍ରି ସାମଗ୍ରୀକୁ ବୋହି ନେଉଛନ୍ତି ତାହା ଦେଖାଯାଉଛି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ବିଦ୍ୟୁତ୍ କର୍ମଚାରୀଙ୍କ ସାହସ ଏବଂ କର୍ମପ୍ରବଣତାକୁ ସଲାମ୍ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/JIBANA-1.jpg)