ଆଇପିଏଲରେ ଖାତା ଖୋଲିପାରୁନି ମୁମ୍ବାଇ: ୫ଟି ମ୍ୟାଚ ଖେଳିବା ପରେ ଗୋଟିଏ ମ୍ୟାଚରେ ଜିତି ପାରିନି ମୁମ୍ବାଇ ଇଣ୍ଡିଆନ୍ସ

Advertisment
ବୁମରା ରଚିଲେ ଇତିହାସ: ଟି-୨୦ କ୍ରିକେଟରେ ୨୫୦ ୱିକେଟ୍ ନେବାରେ ବନିଲେ ପ୍ରଥମ ଭାରତୀୟ ପେସ୍ ବୋଲର ।

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲରେ ନିରାଶ କରୁଛି ସର୍ବାଧିକ ଆଇପିଏଲ ଟ୍ରଫି ବିଜେତା ହୋଇଥିବା ମୁ୍ମ୍ବାଇ ଇଣ୍ଡିଆନ୍ସ ଦଳ । ପ୍ରଥମ ୫ଟି ମ୍ୟାଚ ପରାଜୟ ବରଣ କରି ଦଳ ଏକ ପ୍ରକାର ଫ୍ୟାନ୍ସ ମାନଙ୍କୁ ନିରାଶ କରିଛି । ତାରକା ଖଚିତ ଏହି ଦଳ କୈାଣସି ବିଭାଗରେ ବି ଭଲ ପ୍ରଦର୍ଶନ ଦେଇପାରିନାହିଁ । ବ୍ୟାଟର ଭିତରେ କେବଳ ସୁର୍ଯ୍ୟ କୁମାର ଯାଦବ ହିଁ ଦଳ ପାଇଁ ସଂଙ୍କଟମୋଚକ ସାଜିଛନ୍ତି । ରୋହିତ ଶର୍ମା ଏବଂ କିରଣ ପୋଲାର୍ଡଙ୍କ ବ୍ୟାଟରୁ ରନ ଆସୁନାହିଁ ଯାହା ଦଳ ପାଇଁ ଚିନ୍ତାର କାରଣ । ଅପରପକ୍ଷେ ବୋଲିଂରେ ବୁମରାହଙ୍କୁ ଛାଡିଲେ ଆଉ କେହି ବି ଭଲ ପ୍ରଦର୍ଶନ କରିପାରୁନାହାନ୍ତି ।

ଟିମ ଡାଭିଡ ୮କୋଟି ଟଙ୍କାରେ କିଣା ହୋଇଥିବା ବେଳେ ସେ କେବଳ ୨ଟି ମ୍ୟାଚ ହିଁ ଖେଳିଛନ୍ତି । ସବୁଠାରୁ ସଫଳ ଦଳ ଏବେ ପଏଂଟ ଟେବୁଲର ଲାଷ୍ଟରେ ସ୍ଥାନ ପାଇଛି । ଆଇପିଏଲ ଇତିହାସରେ ମୁମ୍ବାଇ ଅନେକ କରିଶ୍ମା କରିବାର ନଜିର ରହିଛି ବର୍ତମାନ ଫ୍ୟାନ୍ସଙ୍କ ମୁହଁରେ ଗୋଟିଏ କଥା ୨୦୧୪ରେ ମଧ୍ୟ ମୁମ୍ବାଇ ଚାମ୍ପିୟାନ ୫ଟି ମ୍ୟାଚ ହାରିବା ସତ୍ୱେ ଚମ୍ପିଆନ ହୋଇଥିଲା । ଏବଂ ଆଗାମି ମ୍ୟାଚ ରେ ଦଳ ମଧ୍ୟ କମ କରିବ ବୋଲି ଆଶା ଅଛି ବୋଲି ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ମତ ରଖିଛନ୍ତି । ଆସନ୍ତାକଲି ମୁମ୍ବାଇ ଲକ୍ଷୈା ସୁପର ଜୀଆଟ୍ସ ଙ୍କୁ ଭେଟିବ ଯାହା ମୁମ୍ବାଇ ପାଇଁ ଗୁରୁ୍ତ୍ୱପୂର୍ଣ୍ଣ ମ୍ୟାଚ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe