କନକ ବ୍ୟୁରୋ: କେରଳ ୱାୟନାଡ ଭୟଙ୍କର ଭୂସ୍ଖଳନର ୫ ଦିନ ପରେ ସେଠାରୁ ଆସିଛି ହୃଦୟବିଦାରକ ଦୃଶ୍ୟ, ଯାହା ଦେଖିଲେ କାହାରିବି ଆଖି ଓଦା ହୋଇଯିବ । ଯେଉଁଠି ପ୍ରକୃତିର କରାଳ ଗତି ଶହଶହ ଜୀବନ ନେଲା, ଆଉ କେତେ କାହିଁ ନିଖୋଜ ହୋଇଗଲେ, ସେଠାରୁ ଆସିଛି ମୃତ୍ୟୁ ଭିତରେ ଜୀବନର ଆଶାର କିଛି ଛବି ।publive-image

କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ରେସ୍କ୍ୟୁ ଟିମ୍ ବାହାରିଥିଲେ ୱାୟନାଡ ଅଭିମୁଖେ, ଉଦ୍ଧାର କାର୍ଯ୍ୟ ପାଇଁ । ରାସ୍ତା ଥିଲା ଭାରି ବିପଜ୍ଜନକ । ଘଞ୍ଚ ଜଙ୍ଗଲ ଭିତରେ ଖସଡା ପଥର । ହେଲେ କିଛି ଆଦିବାସୀ ପରିବାରକୁ ବଞ୍ଚାଇବାର ଥିଲା । ଏଥିପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ବନ ବିଭାଗର କିଛି ଅଧିକାରୀ, ଆଉ ସେମାନଙ୍କୁ ହାତରେ ଯାହା ପଡିଲା ତାହା ଆପଣଙ୍କୁ ସ୍ତମ୍ଭୀଭୂତ କରିବ । ଗତ ୫ ଦିନ ଧରି ପଥର କନ୍ଦିରେ ବଞ୍ଚିଥିଲା ୪ଟି କଅଁଳ ଜୀବନ । ଉଦ୍ଧାର ହୋଇଥିଲେ ୪ ନିଷ୍ପାପ ଶିଶୁ । ସେମାନଙ୍କୁ ଉଦ୍ଧାର କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଲୋକଙ୍କ ଠାରୁ ଅଜସ୍ର ଶୁଭେଚ୍ଛା ପାଉଛନ୍ତି ଏହି ୪ ଅଧିକାରୀ ।publive-image

ୱାୟନାଡର ପନିଆ ସମ୍ପ୍ରଦାୟର ଏକ ପରିବାର ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଫଶି ରହିଥିଲେ । ହେଲେ ଏଠାରେ ପହଞ୍ଚିବାକୁ ବନ ବିଭାଗର ଉଦ୍ଧାରକାରୀ ଟିମକୁ ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଟିମର ମୁଖ୍ୟଙ୍କ କହିବା ଅନୁସାରେ, ଗୁରୁବାର ୪ ବର୍ଷର ଶିଶୁକୁ ବନାଞ୍ଚଳ ଆଖାପାଖରେ ବୁଲୁଥିବାର ଦୂରରୁ ଦେଖିବାକୁ ମିଳିଥିଲା । ଜାଣିବାକୁ ମିଳିଥିଲା ଯେ ପାହାଡ ଉପରେ ଥିବା ଗୁମ୍ଫାରେ ଆଉ କିଛି ଶିଶୁ ଓ ତାଙ୍କ ବାପା ଫଶିରହିଛନ୍ତି ।

publive-image

ଟିମ୍ ମୁଖ୍ୟ କେ ହରିଶଙ୍କ କହିବା ଅନୁସାରେ , ଏହି ସମ୍ପ୍ରଦାୟ ସହର ଠାରୁ ଭିନ୍ନ ଜଙ୍ଗଲ ଅଞ୍ଚଳରେ ରୁହନ୍ତି । ମୁଖ୍ୟତଃ ବନଜାତ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ସେଗୁଡିକୁ ପାଖ ବଜାରରେ ବିକ୍ରି କରି ଅନ୍ୟ ସାମଗ୍ରୀ କିଣିଥାନ୍ତି । ଏବେ ଭୂସ୍ଖଳନ ପରେ ଏମାନଙ୍କ ଅବସ୍ଥା ବର୍ଣ୍ଣନା କରିବା ଭାରି କଷ୍ଟକର ।

ବନାଞ୍ଚଳ ରେଞ୍ଜ ଅଧିକାରୀଙ୍କ କହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସୁଉଚ୍ଚ ପାହାଡର ଖସଡା ଚଟ୍ଟାଣ ଦେଇ ଯିବାକୁ ପଡିଥିଲା । ଏଥିରେ ନିଜ ଜୀବନ ପ୍ରତି ବି ବିପଦ ଥିଲା । ତଥାପି ନିଜ ଜୀବନକୁ ଗୁରୁତ୍ୱ ନଦେଇ ବରଂ ଏହି ଶୁଶୁ ଓ ବ୍ୟକ୍ତିିଙ୍କୁ ଉଦ୍ଧାର କରିବାକୁ ପାହାଡ ଉପରକୁ ଯାଇଥିଲେ , ସେମାନଙ୍କ ପାଇଁ ସାଙ୍ଗରେ ଖାଦ୍ୟ ନେଇ ଯାଇଥିଲେ । ପ୍ରଥମେ ଶିଶୁଙ୍କୁ ଖୁଆଇଥିଲେ, ପରେ ସେମାନଙ୍କୁ ନିଜ ଦେହରେ କପଡାରେ ବାନ୍ଧି ତଳକୁ ଆଣିଥିଲେ ।publive-image

୪ ଶିଶୁଙ୍କୁ ଉଦ୍ଧାର କରି ଯବାନ ନିଜ ଅଟ୍ଟାମାଲା ସ୍ଥିତି କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ସେମାନଙ୍କୁ ଖାଇବାକୁ ଦେଇ ପରିିସ୍କାର କରିଥିଲେ, ଏହାପରେ ଚିକିତ୍ସା କରାଇ ସୁରକ୍ଷା ନେଇ ନିଶ୍ଚିତ କରାଇଥିଲେ । ବନ ବିଭାଗ ରେସ୍କ୍ୟୁ ଟିମର ଏଭଳି କାର୍ଯ୍ୟକୁ କେରଳ ମୁଖ୍ୟମନ୍ତ୍ରୀ ପନିରାଇ ବିଜୟନ୍ ଭୂରି ପ୍ରଶଂସା କରିଛନ୍ତି ।
ବନ ବିଭାଗର ଏଭଳି କାର୍ଯ୍ୟ କେରଳ ବଞ୍ଚିବାର ବାର୍ତ୍ତା ଦେଇଛି । ପ୍ରକୃତିର ଦାଉ ପରେ ବି ପୁଣି ସଳଖି ହୋଇ ଛିଡା ହେବାର ଶକ୍ତି ଯୋଗାଇଛି । ଏଠି କେବଳ ୱାୟନାଡର ଲୋକଙ୍କ ସହ ସାରା ରାଜ୍ୟ ଛିଡା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ।publive-image

ତେବେ ଶିଶୁଙ୍କୁ ଉଦ୍ଧାର କରିଥିବା ବନଖଣ୍ଡ ଅଧିକାରୀମାନେ ହେଲେ ବିଏସ୍ ଜୟଚନ୍ଦ୍ରନ୍, କେ ଅନିଲ କୁମାର, କେ ହରିଶ କୁମାର, ଓ ଆରଆରଟିର ସଦସ୍ୟ ଅନୁପ ଥମାସ୍ । ଆଜି ଏମାନଙ୍କୁ ସାରା ଦେଶ ବାହାବା କରୁଛି ।