ଫିନଲାଣ୍ଡ ପରେ ସ୍ୱିଡେନ । ନାଟୋରେ ସାମିଲ ହେବ ସ୍ୱିଡେନ ।

121

କନକ ବ୍ୟୁରୋ : ଫିନଲାଣ୍ଡ ପରେ ସ୍ୱିଡେନ । ନୋଟୋରେ ସାମିଲ ହେବା ନେଇ ସ୍ୱିଡେନ ଘୋଷଣା କରିଛି । ଏନେଇ ଋଷିଆ ମଧ୍ୟ ପ୍ରତିକ୍ରିୟା ରଖି କହିଛି ଏହା ମସ୍ତବଡ ଭୁଲ । ଏହାକୁ ନେଇ ଋଷ କୌଣସି ଉପାୟ ଶୀଘ୍ର ଚିନ୍ତା କରିବ । ଋଷର ଉପ ବିଦେଶମନ୍ତ୍ରୀ ସର୍ଗେଇ ରାୟାବକୋବ ସାମ୍ବାଦିକଙ୍କୁ କହିଛନ୍ତି ଏହା ଏକ ଗମ୍ଭୀର ଭୁଲ, ଏହାର ପରିଣାମ ଭବିଷ୍ୟତରେ ଭୋଗିବାକୁ ପଡିବ ।
ରାୟାବକୋବ କହିଛନ୍ତି ଏହି ଛୋଟ ଭୁଲ ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବ । ସୁରକ୍ଷା ପରିସ୍ଥିତି ମଧ୍ୟ ମଜବୁତ ହେବ ନାହିଁ । ମସ୍କୋ ଏହାର ଉପାୟ ନିଶ୍ଚିତ କରିବ । ଏଥିରେ କିଛି ଭାବିବାର ନାହିଁ ଯେ ଆମେ ଛାଡି ଦେବୁ । ଫିନଲାଣ୍ଡ ଓ ସ୍ୱିଡେନ ଉପରେ ଋଷର ଆକ୍ରମଣର ଭୟ ତିଆରି ହୋଇଛି ।
ଫିନଲାଣ୍ଡ ସହ ଋଷର ୧୩ ଶହ କିଲୋମିଟର ସୀମା ଲାଗି ରହିଛି । ଋଷ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଜାହିର କରିଛି । ୟୁରୋପ ରାଜନୀତିରେ ଏହା ବଡ ଘଟଣା । ତେବେ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ ।