ବତ୍ୟା ପରେ ବୁଦ୍ଧି ଶିଖିଲା ଓଡିଶା ! ବିପର୍ଯ୍ୟୟ ପ୍ରଶମନ ପାଇଁ ବଜେଟରେ ବଡ ବ୍ୟୟବରାଦ

135

କନକ ବ୍ୟୁରୋ: ବତ୍ୟା ପରେ ବୁଦ୍ଧି ଶିଖିଛି ଓଡିଶା । ବିପର୍ଯ୍ୟୟ ହେଲେ କେମିତି ମୁକାବିଲା କରିବାକୁ ପଡେ ତାର ଗୋଟେ ବଡ ଶିକ୍ଷା ପାଇଛି ଓଡିଶା । ଆଉ ସେଇଥି ପାଇଁ ଚଳିତ ବଜେଟରେ ବିପର୍ଯ୍ୟୟ ପାଇଁ ବଡ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଫୋନି ଭଳି ଆଗାମୀ ଦିନରେ ବିପର୍ଯ୍ୟୟ ଆସିଲେ କେମିତି ମୁକାବିଲା କରିହେବ ତା ପାଇଁ ରାଜ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି ।


ତେବେ ଚଳିତ ବଜେଟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ୪ ହଜାର ୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯେଉଁଥିରେ ଷ୍ଟେଟ୍ ଡିଜାଷ୍ଟର ରେସ୍ପୋନ୍ସ ଫଣ୍ଡ ବା ଏସ୍ଡିଆର୍ଏଫ୍ ଅଧିନରେ ୯୦୯ କୋଟି ବ୍ୟୟବରାଦ ହୋଇଥିବା ବେଳେ ଏନ୍ଡିଆର୍ଏଫ୍ ଅଧିନରେ ୩ ହଜାର ୬୯୧ କୋଟି ଟଙ୍କା ଖର୍ଚ୍ଚ ହେବ ।
ଚଳିତ ବର୍ଷ ଆରମ୍ଭରେ ଏସ୍ଡିଆର୍ଏଫ୍ରେ ଗଚ୍ଛିତ ଥିବା ୪୪୧ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ବିଶ୍ୱବ୍ୟାଙ୍କ୍ ସହାୟତାରେ ଓଡ଼ିଶା ଡିଜାଷ୍ଟର ରିକୋଭରୀ ପ୍ରୋଜେକ୍ଟ ପାଇଁ ୮୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।