ବାତ୍ୟା ଉଜାଡ଼ି ଦେଲା ଚାଷୀର ପରିଶ୍ରମ ! ଫୋନି ଯୋଗୁଁ ୧୪ ଜିଲ୍ଲାର ଦେଢ଼ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ, ୧୪୫ କୋଟିର ଫସଲ ନଷ୍ଟ ।

77

ବାତ୍ୟା ଉଜାଡିଦେଲା ଚାଷ । ଫୋନି ପରେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ଭାଙ୍ଗିଯାଇଛି ଘର, ଉଜୁଡି ଯାଇଛି ଚାଷ । କାହାର ଚାଷ ଯାଇଛି ତ କାହାର ବାସ ଯାଇଛି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମାରୁଟିକର ବ୍ଲକରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ବାତ୍ୟା ଓ ବର୍ଷାରେ ସବୁକିଛି ନଷ୍ଟ ହୋଇଛି । ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ପନିପରିବା ବି ନଷ୍ଟ ହୋଇଯାଇଛି ।

ସରକାରୀ ସହାୟତାକୁ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଧାନସବୁ ପାଣିରେ ବୁଡି ପଚିଗଲାଣି । ଲୋକେ ଋଣକରି ଫସଲ ଓ ପନିପରିବା ଚାଷ କରିଥିଲେ । ଏବେ ଚାଷ ଉଜୁଡିଯିବା ପରେ ପ୍ରଶାସନ ନିକଟରେ ଗୁହାରୀ ଜଣାଇଛନ୍ତି କ୍ଷତିଗ୍ରସ୍ତ ଚାଷୀ ।