ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ମିଳିଲା ନାହିଁ ବେଡ୍। ଅପରେସନ୍ ପରେ ତଳେ ଶୋଇଲେ ମହିଳା

ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ମିଳିଲା ନାହିଁ ବେଡ୍। ଅପରେସନ୍ ପରେ ତଳେ ଶୋଇଲେ ମହିଳା

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଆଙ୍କୁ ସମ୍ମାନର ସାଂଘାତିକ ସତ । ମାଲକାନଗିରି ଜିଲ୍ଲା ମାଥିଲି ସବ୍ ଡିଭିଜନ ମେଡିକାଲରୁ ଆସିଛି ଏପରି ବିକଳ ଚିତ୍ର । କିଏ ଅସ୍ୱାସ୍ଥ୍ୟକର ପରିବେଶରେ ଶୋଇଛି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ପଡିରହିଛି । ଏହିଭଳି ଚିତ୍ର ହିଁ ବୟାନ କରୁଛି ଆମ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି ସେବା ଯୋଗାଇ ଦିଆଯାଉଛି ।

ଗତକାଲି ମାଥିଲି ସବ୍ ଡିଭିଜନ ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିଲେ ବ୍ଲକ ଅଂଚଳର ଶତାଧିକ ଆଦିବାସୀ ମହିଳା । କ୍ୟାମ୍ପ ଥିବାରୁ ଦୂରଦୂରାନ୍ତରରୁ ଆସିଥିଲେ । ଫ୍ୟାମିଲି ଅପରେସନ କରିବା ପରେ କୌଣସି ମାଆଙ୍କୁ ବେଡ ମିଳିନଥିଲା । ବାଧ୍ୟ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣେ ତେଣେ ପଡିରହିଥିଲେ । ଏହାକୁ ନେଇ ମାଲକାନଗିରି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe