କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଆଙ୍କୁ ସମ୍ମାନର ସାଂଘାତିକ ସତ । ମାଲକାନଗିରି ଜିଲ୍ଲା ମାଥିଲି ସବ୍ ଡିଭିଜନ ମେଡିକାଲରୁ ଆସିଛି ଏପରି ବିକଳ ଚିତ୍ର । କିଏ ଅସ୍ୱାସ୍ଥ୍ୟକର ପରିବେଶରେ ଶୋଇଛି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ପଡିରହିଛି । ଏହିଭଳି ଚିତ୍ର ହିଁ ବୟାନ କରୁଛି ଆମ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି ସେବା ଯୋଗାଇ ଦିଆଯାଉଛି ।

Advertisment

ଗତକାଲି ମାଥିଲି ସବ୍ ଡିଭିଜନ ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିଲେ ବ୍ଲକ ଅଂଚଳର ଶତାଧିକ ଆଦିବାସୀ ମହିଳା । କ୍ୟାମ୍ପ ଥିବାରୁ ଦୂରଦୂରାନ୍ତରରୁ ଆସିଥିଲେ । ଫ୍ୟାମିଲି ଅପରେସନ କରିବା ପରେ କୌଣସି ମାଆଙ୍କୁ ବେଡ ମିଳିନଥିଲା । ବାଧ୍ୟ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣେ ତେଣେ ପଡିରହିଥିଲେ । ଏହାକୁ ନେଇ ମାଲକାନଗିରି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି ।