କନକ ବ୍ୟୁରୋ : ପ୍ରାୟୋଜିତ ଅଭିଯୋଗକୁ ଆଧାର କରି ସମ୍ବାଦ କାର୍ଯ୍ୟାଳୟ ଉପରେ ଇଓଡବ୍ଲ୍ୟୁର ଚଢ଼ାଉ ବିରୋଧରେ ତେଜିବାରେ ଲାଗିଛି ଅସନ୍ତୋଷ । ବିଭିନ୍ନ ଗଣସଂଗଠନ ପକ୍ଷରୁ ଇଓଡବ୍ଲ୍ୟୁର କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ କରାଯାଉଛି । ମାଷ୍ଟରକ୍ୟାଂଟିନରେ ସରକାର ବିରୋଧୀ ପ୍ଲାକାର୍ଡ ଦେଖାଇ ଗଣସଂଗଠନର ସଦସ୍ୟମାନେ ପ୍ରତିବାଦ ଜଣାଇଛନ୍ତି । କଟକରେ ହିନ୍ଦୁସେନା ପକ୍ଷରୁ ପ୍ରତିବାଦ କରାଯାଇଛି । ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମ୍ବାଦକୁ ସମର୍ଥନ କରିବା ସହ ସରକାର ବିରୋଧରେ ଗର୍ଜନ କରିଛନ୍ତି ।

Advertisment

ଗଣମାଧ୍ୟମର କଣ୍ଠରୋଧ କରିବାକୁ ସରକାରଙ୍କ ଉଦ୍ୟମକୁ ନିନ୍ଦା କରିଛି ପୁରୀ ଖବରକାଗଜ ବିତରକ ସଂଘ । ଶୀମନ୍ଦିର ସମ୍ମୁଖରେ ଦୀପ ଦାନ ସହ ସମ୍ବାଦର ଦୀର୍ଘାୟୁ କାମନା କରି ପ୍ରତିବାଦ ଜଣାଇଛନ୍ତିିି ।ସମ୍ବାଦ ଉପରେ ଇଓଡବ୍ଲୁର ରେଡକୁ ନେଇ ଜୋରଦାର ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ପିସିସି ସଭାପତି ପ୍ରେସମିଟ୍ କରି ଇଓଡବ୍ଲ୍ୟୁର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି । କହିଛନ୍ତି, ଗଣମାଧ୍ୟମର କଣ୍ଠରୋଧ କରିବା ଠିକ ନୁହେଁ । ଓଡ଼ିଶାରେ ସାମ୍ବାଦିକ ଓ ଗଣମାଧ୍ୟମକୁ ଦମନ କରିବାକୁ ବିଜେଡିର ଚାଲ ଆଦୌ ବରଦାସ୍ତ କରାଯିବନି । ବିଜେପି ନେତ୍ରୀ ପ୍ରଭାତି ପରିଡା କଟାକ୍ଷ କରି କହିଛନ୍ତି, ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଚଳିବ ହେଲେ ସଚିବଙ୍କୁ କହିଲେ ସରକାର ପ୍ରତିଶୋଧ ପରାୟଣ ହୋଇଯିବେ ।

ସାଧାରଣ ଲୋକଙ୍କ ସ୍ୱର ବନିଥିବା ସମ୍ବାଦର କଣ୍ଠରୋଧ କରିବାକୁ ସରକାର ଯୋଜନାବଦ୍ଧ ଷଡଯନ୍ତ୍ର ଚଳାଇଛନ୍ତି । ହେଲେ, ସାଧାରଣ ଜନତା ଓ ପାଠକଙ୍କୁ ସବୁବେଳେ ସମ୍ମାନ ଦେଇ ଆସୁଥିବା ସମ୍ବାଦ ଗ୍ରୁପ, ସରକାରଙ୍କ ଏହି ଷଡଯନ୍ତ୍ର ଆଗରେ ମୁଣ୍ଡ ନୁଆଁଇ ନାହିଁ । ବରଂ ସ୍ୱରକୁ ଆହୁରି ଶାଣିତ କରିଛି । ବେଲଗାମ ହୋଇଯାଇଥିବା ଓ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ସରକାରର ସତ ଲୋକଙ୍କ ସାମନାକୁ ଆଣିବାକୁ ଉଦ୍ୟମ ଜାରି ରଖିଛିି । ସମ୍ବାଦ ଗ୍ରୁପର ଏଭଳି ଆଭିମୁଖ୍ୟକୁ ସମର୍ଥନ ବଢ଼ିବାରେ ଲାଗିଛି । ଏପରିକି ଅବସରପ୍ରାପ୍ତ ପ୍ରାଧ୍ୟାପକ କିଶୋର ମେହେର, ସମ୍ବାଦ ଖବର କାଗଜକୁ ତିନି ବର୍ଷ ପାଇଁ ଏକା ଥରକେ ଦେୟ ପ୍ରଦାନ କରିଛନ୍ତିି ।