କନକ ବ୍ୟୁରୋ : ଅଭାବି ବର୍ଷା ସାଙ୍ଗକୁ ଜଳ ସେଚନର ଅବ୍ୟବସ୍ଥା ଉଜାଡି ଦେଇଛି ଚଳିତ ବର୍ଷର ଧାନ ଚାଷ । ବର୍ଷ ସାରା ଖାଇବେ କଣ ଆଉ ଚାଷ ପାଇଁ ଆଣିଥିବା ରୁଣ ପରିଷୋଧ କରିବେ କିପରି ତାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ କୁଳ । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲ ଧାନକୁ ପୁରା ଉଜାଡି ଦେଇଛି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡି ଯାଇଛି । ପୁଣି ଯେଉଁ କେତକ ଜମିରେ ଧାନ ଗଛ ବଂଚିଛି ସେଥିରେ ଧାନ କେଣ୍ଡାଏ ବି ନାହିଁ । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡବନ୍ଧରେ ଚାଷୀ ଆନ୍ଦୋଳନପାଇଁ ସଜବାଜ ହେଲେଣି । କ୍ଷତି ହୋଇଥିବା ଚାଷିଙ୍କ ତାଲିକା ପ୍ରସ୍ତୁତ କରି ଆଗାମି ଦିନରେ ବଡ ଧରଣର ଆନ୍ଦୋଳ କରିବା ପାଇଁ ପ୍ରସ୍ତୁତ ହେଲେଣି ଚାଷୀ । ଏହା ସହ ପଂଚାୟତକୁ ମରୁଡି ଘୋଷଣା ସହ ବ୍ୟାଙ୍କରୁ ଆଣିଥିବା କୃଷି ରୁଣ ଛାଡ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

Advertisment

ଭଂଜନଗର ଉପଖଣ୍ଡରେ ଦୁଇ ମାସରୁ ଅଧିକ ଦିନ ହେଲା ବର୍ଷା ନାହିଁ । ପଂଳରେ ଚାଷଜମି ଫାଟି ଆଁ କରିଛି । ଧାନ କେଣ୍ଡା ଧରବିା ସମୟରେ ଜମିରେ ଧାନ ଗଛ ମରିଗଲାଣି । ସେପଟେ ଚାଷୀ ମାନେ ଗାଇ ଗୋରୁ ଚରିବାକୁ ଛାଢ଼ିଦେଇଛନ୍ତି ଧାନ କ୍ଷେତରେ । ଭଂଜନଗର ବ୍ଳକର ବିଭିନ୍ନ ସ୍ଥାନରଏହି ସମସ୍ୟା ଦେଖିବାକୁ ମିିଳିଛି । ସେହିଭଳି ତିନି ତିନିଟି ଜଲସେଚନ ପ୍ରକଳ୍ପ ରହିଥିଲେ ବି ଚାଷୀଙ୍କୁ ପାଣି ମିଳୁନି । ପ୍ରକଳ୍ପର ସାମଗ୍ରୀ ଚୋରିଯାଇଥିବାରୁ କାମ ଅଧା ହୋଇ ପଡ଼ିରହିଛି । କେବଳ ଭଂଜନଗର ନୁହଁ ଜଗନ୍ନାଥପ୍ରସାଦ, ସୋରଡ଼ାରୁ ନେଇ ବେଲଗୁଣ୍ଠାରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଛି । ଖୁବଶିଘ୍ର ଏହି ଅଂଚଳକୁ ମରୁଡି ଘୋଷଣା କରିବାକୁ ଦାବି ହୋଇଛି । ନଚେତ୍ ଆଗକୁ ଆନେଦାଳନ କରାଯିବାର ଚେତବାନୀ ଦେଇଛନ୍ତି ଚାଷୀ ମାନେ ।

ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଉପୁଜିଛି । ଏନେଇ ମରୁଡି ଘୋଷଣା ସହ ଚାଷୀଙ୍କୁ ସହାୟତା ଦିଆଯାଇପାରିଲେ ଚାଷୀ ମାନେ ଉପକୃତ ହୋଇପାରିବେ ।