ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା : ପ୍ରଥମେ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ ଲଗାଇଲେ ରୋକ୍

Advertisment
ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା : ପ୍ରଥମେ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ ଲଗାଇଲେ ରୋକ୍

କନକ ବ୍ୟୁରୋ : ପ୍ରଥମେ ମନ୍ତ୍ରୀଙ୍କୁ ବହିଷ୍କାର କଲେ । ପରେ ରୋକ୍ ଲଗାଇ ରାଜ୍ୟପାଳ କହିଲେ ଆଟର୍ଣ୍ଣି ଜେନେରାଲଙ୍କ ପରାମର୍ଶ ନଆସିବା ଯାଏ ମନ୍ତ୍ରୀ ପଦରେ ରହିବେ ବାଲାଜୀ । ତାମିଲନାଡୁ ରାଜ୍ୟପାଳଙ୍କ ଏପରି ଏକ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା । ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ ଯାଇଛନ୍ତି ତାମିଲନାଡୁର ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ । ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ଏହି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ବହିଷ୍କାର କରିଛନ୍ତି ।

ଏପରି ନିଷ୍ପତ୍ତିକୁ ବିରୋଧ କରିଛି ଶାସକ ଦଳ ଡିଏମକେ । ଆଗାମୀ ଦିନରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି । ଅନ୍ୟପଟେ ବିବାଦ ବଢୁଥିବା ଦେଖି ବିଳମ୍ବିତ ରାତିରେ ରାଜଭବନ ପକ୍ଷରୁ କୁହାଯାଇଛି, ବହିଷ୍କାର ନେଇ ରାଜ୍ୟପାଳଙ୍କ କ୍ଷମତ ବାବଦରେ ଆଟର୍ଣ୍ଣି ଜେନେରାଲଙ୍କ ପରମର୍ଶ ନଆସିବା ଯାଏ ବାଲାଜୀ ମନ୍ତ୍ରୀ ପଦରେ ରହିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe