ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ । ଖୁବଶୀଘ୍ର ଯାଜପୁରକୁ ଫେରିବ ଅଧିଷ୍ଠାତ୍ରୀ ଦେବା ମା’ କୋଟ୍ରାକ୍ଷୀଙ୍କ ଦୁର୍ଲଭ ମୁର୍ତ୍ତି

151

କନକ ବ୍ୟୁରୋ : ଯାଜପୁର ଫେରିବେ ଅଧିଷ୍ଠାତ୍ରୀ ଦେବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିବ ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅର୍ଥମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଗତ ଜୁଲାଇ ମାସ ୧୪ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଓଡିଶାବାସୀ ବିଶେଷ ଭାବରେ ଯାଜପୁର ଜିଲ୍ଲାର ଦର୍ପଣଗଡର ଗ୍ରାମବାସୀଙ୍କ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିକୋଣରୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ । ପତ୍ରରେ ଉଲେଖ କରି ଲେଖିଥିଲେ, ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଠାବ ହୋଇଥିଲା । ପରେ ଏହାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ନିରୀକ୍ଷା ପରେ, ସେହି ପ୍ରତିମାଟି ଯାଜପୁର ଦର୍ପଣଗଡର ଅଧିଷ୍ଠାତ୍ରୀ ଦେବା ମାଆ କୋଟ୍ରାକ୍ଷୀଙ୍କ ମୂର୍ତି ବୋଲି ଏଏସଆଇ ଜାଣିବାକୁ ପାଇଥିଲା । ସେହି ପ୍ରତିମା ନୂଆ ଦିଲ୍ଲୀ ଏୟାର କାର୍ଗୋର କଷ୍ଟମ କମିଶନରଙ୍କ କାର୍ଯ୍ୟାଳୟ ଜବତ କରି ନିଜ ହେପାଜତରେ ରଖିଥିବା ଜଣାପଡିଥିଲା । ତାପରେ ମୂର୍ତିକୁ ଫେରାଇ ଦେବା ପାଇଁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଏହି ମୂର୍ତି ୨୦୨୧ ଜାନୁଆର ମାସରେ ଦର୍ପଣଗଡ ଗାଁ ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ବଡଚଣା ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ମୂର୍ତି ନମିଳିବାରୁ ଗ୍ରାମବାସୀ କିଛି ମାସ ଅପେକ୍ଷା କରିବା ପରେ ଆଉ ଏକ ମୂର୍ତି ମନ୍ଦିରରେ ସ୍ଥାପନ କରିଥିିଲେ ।