ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କ ସାତ ଦିବସୀୟ ଯାତ୍ରା ସମ୍ପୁର୍ଣ୍ଣ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ସାଧାରଣ ବିମାନ ଯୋଗେ ପାକିସ୍ତାନ ଫେରିଛନ୍ତି । ସାଉଦି ଆରବ ଦ୍ୱାରା ଦିଆଯାଇଥିବା ବିମାନରେ ଉଡାଣ ଭରିବାର କିଛି ସମୟ ପରେ ଟେକନିକ୍ ଅସୁବିଧା ଦେଖାଦେଇଥିବାରୁ ବିମାନକୁ ବାହୁଡିବାକୁ ପଡିଥିଲା । ଏହାପରେ ଇମରାନ୍ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ପୁନଶ୍ଚ ନ୍ୟୁୟର୍କ ଫେରିଥିଲେ । ଶନିବାର ଇମରାନ୍ ସାଉଦି ଏୟାରଲାଇନ୍ସ ମାଧ୍ୟମରେ ଜେଦ୍ଦା ପହଁଚିଥିଲେ । ସେଠାରେ କିଛି ସମୟ ଅଟକିବା ପରେ ଇମରାନ୍ ପାକିସ୍ତାନ ଫେରିଥିଲେ ।
ଆପଣଙ୍କୁ କହିରଖୁଛୁ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୪ ତମ ସଭାରେ ଭାଗ ନେବା ପାଇଁ ଇମରାନ୍ ଆମେରିକା ଯାତ୍ରା କରିଥିଲେ । ସେଠାରେ ସାତ ଦିବସୀୟ ଯାତ୍ରା କରି ଶନିବାର ପାକ୍ ପ୍ରଧାନମନ୍ତ୍ରୀ ପାକିସ୍ତାନ ବାହୁଡିଥିଲେ । କିନ୍ତୁ ତାଙ୍କ ବିଶେଷ ବିମାନରେ କିଛି ଯାନ୍ତ୍ରିକ ତୃଟି ଥିବା କାରଣରୁ ସାଧାରଣ ବିମାନ ଯୋଗେ ସେ ପାକିସ୍ତାନରେ ପହଁଚିଥିଲେ ।
Follow Us
/kanak/media/post_attachments/wp-content/uploads/2019/09/images-3-3-300x225.jpg)