କନକ ବ୍ୟୁରୋ : ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବ । ଯାହା ଉପରେ ସାରାଦେଶର ନଜର ରହିଛି । ମୋଦୀଙ୍କ ପ୍ରଭାବ, ପତିଆରା କେତେ ରହିଛି? କଂଗ୍ରେସର ଭାରତ ଯୋଡୋ ଯାତ୍ରା କେତେ ପ୍ରଭାବ ପକାଇଛି, ତାହା ହିଁ ସେହିଦିନ ସ୍ପଷ୍ଟ ହେବ । ଆଉ ଏହି ପାଂଚ ରାଜ୍ୟର ଜନାଦେଶ ଆଗାମି ୨୦୨୪ ପାଇଁ ବଡ ସଂକେତ ଦେବ ବୋଲି କୁହାଯାଉଛି । ଓଡିଶା ରାଜନୈତିକ ଦୃଶ୍ୟପଟ୍ଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଯଦି ପାଂଚଟି ରାଜ୍ୟରେ ବିଜେପି ଜିତୁଛି କିମ୍ବା ହାରୁଛି, ତାହେଲେ କଣ ହେବ? ସେମିତି ଯଦି କଂଗ୍ରେସ ଭଲ ପ୍ରଦଶର୍ନ କରୁଛି ତାହେଲେ, କଣ ହେବ? ସେ ନେଇ ରାଜନୀତି ସମୀକ୍ଷକ ଭିନ୍ନ ଭିନ୍ନ ଆକଳନ କରିଛନ୍ତି..
- ବିଜେପି ୫ଟି ରାଜ୍ୟରେ ଭଲ ପ୍ରଦର୍ଶନ କଲେ ଓଡିଶାରେ କ୍ଷମତା ଦଖଲ ପାଇଁ ଉଦ୍ୟମ କରିବ
- ବିଜେପି ସପକ୍ଷରେ ଫଳାଫଳ ନଗଲେ, ଓଡିଶାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିନପାରେ ଦଳ
-୨୦୧୯ ପରେ ଯେଉଁ ଆଭିମୁଖ୍ୟ ରହିଛି, ୨୦୨୪ରେ ସେହି ଆଭିମୁଖ୍ୟ ଜାରି ରହିପାରେ
ଅର୍ଥାତ ବିଜେଡି –ବିଜେପି ମଧ୍ୟରେ ଯେମିତି ଉତମ ବୁଝାମଣା ରହିଛି, ସେମିତି ଆଗକୁ ଚାଲିପାରେ ।

Advertisment

- ଯଦି କଂଗ୍ରେସ ୫ଟି ରାଜ୍ୟରେ ଭଲ ପ୍ରଦର୍ଶନ କରିବ, ତାହେଲେ ଓଡିଶା ଉପରେ ଫୋକସ କରିପାରେ ଏଆଇସିସି

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ନିର୍ବାଚନକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନର ଫଳାଫଳ ଉପରେ ସବୁ ରାଜନୈତିକ ଦଳର ନଜର ରହିଛି ।

ନବୀନ- ଅମିତ୍ ଶାହା ଭେଟଘାଟ, ମୋଦୀଙ୍କୁ ନବୀନଙ୍କ ପ୍ରଶଂସା ରାଜ୍ୟରେ ବିଜେଡି –ବିଜେପି ନେତା ଓ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କିଏ କାହା ସହ ଲଢ଼େଇ କରିବ ତାକୁ ନେଇ ନେତାଙ୍କ ମଧ୍ୟରେ ଚିତ୍ର ସ୍ପଷ୍ଟ ହେଉନାହିଁ ।