କନକ ବ୍ୟୁରୋ : ମୃତ ଝିଅର ସ୍କଲାରସିପ୍ ଓ ଏଲଆଇସିର ୫ ଲକ୍ଷ ଟଙ୍କାକୁ ରେଡ଼ କ୍ରସକୁ ଦାନ କଲେ ମା । ସନ୍ତାନ ପାଇଁ ସେ ମା ହୋଇଥିବା ବେଳେ ମା ପାଇଁ ସନ୍ତାନ ତା ଦୁନିଆ । ମା ର ବାତ୍ସଲ୍ୟ ମମତା ଦୁନିଆ ରେ ସମସ୍ତ ସ୍ନେହ ଠାରୁ ଉର୍ଦ୍ଧ ରେ । ଆଉ ଯେବେ ମା ଆଖି ଆଗରେ ଛୋଟ ଛୁଆ ର ମୃତ୍ୟୁ ହୋଇଯାଏ ତେବେ ସେ ମା ପାଇଁ ଦୁନିଆ ର ସମସ୍ତ ଦୁର୍ଲଭ ବସ୍ତୁ ମଧ୍ୟ ତୁଚ୍ଛ ଲାଗେ । ଏମିତିରେ ଦୁନିଆରେ ମା ର ମମତା ର କଥା ଆଉ ଉଦାହରଣ ତ ଅନେକ ଦେଖିଥିବେ , ଆଜି କିନ୍ତୁ ଏମିତି ଏକ ମା ଙ୍କର କଥା କହିବୁ ଆପଣ ଶୁଣିଲା ପରେ ନିଶ୍ଚୟ ଆପଣଙ୍କ ଆଖିରୁ ଲୁହ ଆସିଯିବ, ସବୁ ଶବ୍ଦ ଏ ମାଆ ଙ୍କର ମହାନତା ର ପ୍ରଶଂସା ପାଇଁ କମ ପଡିଯିବ ।

Advertisment

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦନପାଲା ବିଦ୍ୟାଳୟରେ ଶିକ୍ଷକତା କରନ୍ତି ରଶ୍ମିତା ସେଠି ତାଙ୍କର ଏକ ମାତ୍ର ଶିଶୁ କନ୍ୟା ଦିବ୍ୟମୟୀ ପାତିକା ଯିଏକି ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ବେଳେ ରକ୍ତ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କର ମୃତ୍ୟ ଘଟିଥିଲା,ବହୁ ଚେଷ୍ଟା କରିଥିଲେ, କିନ୍ତୁ ଗତ ମାର୍ଚ୍ଚ ୩୧ ତାରିଖ ଦିନ ଭଗବାନ ତାଙ୍କ କୋଳ ଶୂନ୍ୟ କରିଦେଲେ, ମୃତ ଦିବ୍ୟମୟୀ ବହୁତ ମେଧାବୀ ଆଉ ମେଳାପି ଥିଲେ , ତାଙ୍କର ମୃତ୍ୟ ପରେ ମା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି , ଝିଅକୁ ମିଳିଥିବା ସ୍କୋଲାର ଶିପ ସହ ତା ପାଇଁ ସୁକନ୍ୟା ଯୋଜନା ରେ ଜମା କରିଥିବା ଟଙ୍କା ଆଉ ଏଲଆଇସି ରେ ଜମା କରିଥିବା ମୋଟ ୫ ଲକ୍ଷ ଟଙ୍କା କୁ ମା ରଶ୍ମିତା ସେଠି ନିଜେ ଜିଲ୍ଲାପାଳ ଙ୍କୁ ଭେଟି ରେଡ଼କ୍ରସ କୁ ଦାନ କରିଦେଇଛନ୍ତି , ତାଙ୍କ ଝିଅ ତ ଆଉ ନାହିଁ ଯାହା କିଛି ନିଜ ଝିଅ ପାଇଁ ସାଇତି ରଖିଥିଲି ସେ ସବୁ କୁ ଦାନ କରୁଛି କୋଉ ଗରିବ ଲୋକଙ୍କ କାମରେ ଏ ଟଙ୍କା ଆସିଲେ ମୋ ଝିଅ ଖୁସି ହବ କହି ଭୋ ଭୋ କାନ୍ଦି ପକେଇଲେ ମା ରଶ୍ମିତା ,

ପ୍ରକୃତ ରେ ଆଜି ର ସ୍ୱାର୍ଥପର ଦୁନିଆରେ ଟଙ୍କା ପାଇଁ ନିଜେ ନିଜ ଲୋକର ତଣ୍ଟି କାଟିବାକୁ ପଛାଉ ନଥିବା ବେଳେ ରଶ୍ମିତା ଙ୍କ ଭଳି ମା କିନ୍ତୁ ପ୍ରମାଣ ଦେଇ ଦେଲେ ଯେ ମା ପରା ଦୁନିଆ ର ସବୁଠାରୁ ବଡ଼ ଶବ୍ଦ ମା ଠାରୁ ବଡ଼ କେହି ନାହିଁ ସେ ନିଜର ଛୁଆ ର ଖୁସି ପାଇଁ ଦୁନିଆ କୁ ବି ଭୁଲି ଯାଇ ପାରେ , ଝିଅ ର ଏଭଳି ମହାନ କାର୍ଯ୍ୟ ବିଷୟରେ ଜାଣିବା ପରେ ରଶ୍ମିତା ଙ୍କ ବାପା ମଧ୍ୟ ତାଙ୍କ ପାଇଁ ଗର୍ବିତ ଅନୁଭବ କରୁଥିବା କଥା କହିଛନ୍ତି ।