କନକ ବ୍ୟୁରୋ: ବାତ୍ୟାର ଭୟ ପ୍ରକୋପ ମନରୁ ନଯାଉଣୁ ମାଡି ଆସିଥିଲା ବନ୍ୟା । ବୈତରଣୀରେ ଆକସ୍ମିକ ବନ୍ୟା ଆସିବା ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଅନ୍ୟ ପଟେ ଦଶରଥପୁର ବ୍ଲକ କଂଟପଡାରେ ୩ଟି ଓ ପହ୍ଲାସାହି ଠାରେ ଗୋଟିଏ ଘାଇ ସୃଷ୍ଟି ହୋଇ କିଛି ପଂଚାୟତବାସୀଙ୍କୁ ପ୍ରଭାବିତ କରିଛି । ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ କିଛି ଗାଁରୁ ସଂପୂର୍ଣ୍ଣ ବନ୍ୟା ପାଣି ଛାଡିନି । ଅନେକ ସ୍ଥାନରେ ଚାଷଜମିରେ ବର୍ଷା ଜଳ ଜମି ରହିଥିବା ବେଳେ ନିଷ୍କାସିତ ହୋଇପାରିନାହିଁ । ଅନ୍ୟ ପଟେ ଘର ବାହୁଡା ଲୋକ ନିଜର ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ ।
ଭଙ୍ଗା ଘରକୁ ମାଟିରେ ଲିପି ଠିକ କରୁଥିବା ବେଳେ କିଏ ସେଥିରେ ସହଯୋଗ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ଚଳିତ ବର୍ଷର ବାତ୍ୟା ଓ ବନ୍ୟା ଦଶରଥପୁର,ବିଂଝାରପୁର,ଯାଜପୁର ଏବଂ କୋରେଇ ବ୍ଲକର ପାୟ ୨୫ ହଜାରରୁ ଉର୍ଦ୍ଧ ଲୋକ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ କହୁଛି । ସେଥିରୁ ୧୩ ହଜାର ଉର୍ଦ୍ଧ ଲୋକ ପାଣି ଘେରରେ ରହି ପ୍ରଭାବିତ ହୋଇଥିଲେ । ବୈତରଣୀର ଶାଖା କାଣୀ ନଦୀରେ ହୋଇଥିବା ଘାଇର ମରାମତି ଆରମ୍ଭ ହୋଇଥିବା ବେଳେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/13-15.jpg)