ବାତ୍ୟା ୟାସ ଟଳିବା ପରେ ପୁଣି ରଥଖଳା ଚଳଚଞ୍ଚଳ : ବର୍ଷା ଓ ପବନ ପାଇଁ ୨ଦିନ ବନ୍ଦ ରହିଥିଲା କାମ

108

କନକ ବ୍ୟୁରୋ : ବାତ୍ୟା ୟାସର ବିପଦ ଟଳିଯିବା ପରେ ପୁଣି ଚଳଚଂଚଳ ହୋଇଛି ପୁରୀ ରଥଖଳା । ରଥ ନିର୍ମାଣରେ ନିୟୋଜିତ ସେବକମାନେ ଗତକାଲି ଅପରାହ୍ନରୁ ପୁଣି ରଥ ନିର୍ମାଣ କାମରେ ଯୋଗ ଦେଇଛନ୍ତି । ବାତ୍ୟା ୟାସ ଆସୁଥିବାରୁ ଗତ ଦୁଇଦିନ କାମ ବନ୍ଦ ରହିଥିଲା । ସେହିପରି ରଥଖଳା ଚାଳିରୁ ଚାଂଚସବୁ ଖୋଲି ଦିଆଯାଇଥିଲା । କିନ୍ତୁ ବିପଦ ଟଳିଯିବା ପରେ ପୁରୀ ବଡଦାଣ୍ଡ ରଥଖଳାରେ ତୁମ୍ବ ବିନ୍ଧା ସହ ଗୁଜ କାମକୁ ଆଗେଇ ନେଉଛନ୍ତି ।

ସେହିପରି ରଥଖଳା ଚାଳିକୁ ପୂର୍ବଭଳି ପ୍ରସ୍ତୁତ କରି ଆବଶ୍ୟକ କଟକଣା ଲାଗୁ କରାଯାଇଛି । ଗତକାଲି ଅପରାହ୍ନ ସୁଦ୍ଧା ୩ ରଥର ୪୨ ତୁମ୍ବ, ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୪ଟି ତୁମ୍ବ କାମ ସରିଥିଲା । ସେହିପରି ରୂପକାର ସେବକମାନେ ମଧ୍ୟ କୋଣଗୁଜ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି ।