‘ଫୋନି’ ପରେ ଓଡ଼ିଶା ସାଥିରେ ସମସ୍ତେ । କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨ ମାସର ଦରମା ଦେଲେ ସଂସ୍କୃତି ମନ୍ତ୍ରୀ, ICICI ବ୍ୟାଙ୍କ୍ ଦେଲା ୧୦ କୋଟି ଟଙ୍କାର ସହାୟତା ରାଶି ।

828

କନକ ବ୍ୟୁରୋ: ‘ଫୋନି’ ପାଇଁ ସହାୟତା । ଓଡ଼ିଶାରେ ବାତ୍ୟା ‘ଫୋନି’ ସବୁକିଛି ଉଜାଡ଼ି ଦେଇଥିବାବେଳେ ଏବେ ଓଡ଼ିଶାକୁ ଚାରିଆଡୁ ସହାୟତାର ହାତ ବଢ଼ାଉଛନ୍ତି ଶିଳ୍ପ ସଂସ୍ଥା ମାନ୍ୟଗଣ୍ୟ ବ୍ୟକ୍ତି, । ଦିନକୁ ଦିନ ଓଡ଼ିଶାର ସାଥ୍ ଦେବା ପାଇଁ ବିଭିନ୍ନ ସ୍ତରରୁ ପ୍ରତିଷ୍ଠିତ ଲୋକମାନେ ସହାୟତାର ହାତ ବଢ଼ାଉ ଥିବାବେଳେ ଆଜି ଦେଶର ପ୍ରମୁଖ ବ୍ୟାଙ୍କ ଆଇ.ସି.ଆଇ.ସି.ଆଇ ତରଫରୁ ୧୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଆଇ.ସି.ଆଇ.ସି.ଆଇ ରିଟେଲ୍ ବିଜିନେସ୍ ମୁଖ୍ୟ ୱାଇ.ଏନ୍ ଦ୍ୱିବେଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି । ତେବେ ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କ ସହାୟତା କରିବା ପାଇଁ ଆଗେଇ ଆସିଥିବାରୁ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

minister ashok pandaଅନ୍ୟପଟେ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଓଡ଼ିଶାର ଏଭଳି ବିପର୍ଯ୍ୟୟରେ ସାଥ୍ ଦେଇଛନ୍ତି । ଆଉ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିଜର ୨ ମାସର ଦରମା ଯଥା ୧ ଲକ୍ଷ ୯୦ ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।