କନକ ବ୍ୟୁରୋ : ବାତ୍ୟା ‘ଫୋନି’ରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କେତେ ପ୍ରତିଶତ ପୁନଃରୁଦ୍ଧାର କାର୍ଯ୍ୟ ହୋଇଛି ସେନେଇ ତଥ୍ୟ ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ । କହିଛନ୍ତି କି, ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼କ ମଧ୍ୟରୁ ଆଜି ୧୦ ସ୍ଥାନରେ ମୋବାଇଲ ୱାଟର ଟ୍ରିମେଣ୍ଟ ପ୍ଲାଣ୍ଟ ସ୍ଥାପନ ହୋଇଛି । ଯେଉଁଥିରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏହା ଛଡ଼ା ୫୬୬ଟି ପାଣି ଟ୍ୟାଙ୍କର ବୁଲି ବୁଲି ଲୋକଙ୍କ ପାଖରେ ପାଣି ପହଁଚାଇବାର କାର୍ଯ୍ୟ କରୁଛି ।
ସେହିଭଳି ବାତ୍ୟା ଫୋନିରେ ଗ୍ରମାଞ୍ଚଳରେ ପ୍ରଭାବିତ ହୋଇଥିବା ୨ ହଜାର ୩୬୪ଟି ପାଇପ୍ ପାଣି ଯୋଗାଣ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୯୭୬ଟିର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଅନ୍ୟପଟେ ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଗତକାଲି ଠାରୁ ଶତ ପ୍ରତିଶତ ପାଇପ୍ ପାଣି କାର୍ଯ୍ୟକ୍ଷମ ହେଉଥିବାବେଳେ ଯାଜପୁର, ଜଗତସିଂପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ ପାଇପ୍ ପାଣି ଯୋଗାଣ କାର୍ଯ୍ୟ ପୁନଃରୁଦ୍ଧାର ହୋଇଯାଇଛି । ଯେଉଁଥିରେ ଖୋର୍ଦ୍ଧାର ଗ୍ରାମାଞ୍ଚଳ ୩୧୧ଟି ପାଇପ୍ ପାଣି ଯୋଗାଣ କାର୍ଯ୍ୟକ୍ଷମ ହୋଇଛି ।
ସେହିଭଳି ପୁରୀ ଗ୍ରାମାଞ୍ଚଳରେ ୧୮୧ଟି ପାଇପ୍ ପାନୀୟ ଜଳ ଯୋଗାଣ କାର୍ଯ୍ୟର ପୁନଃରୁଦ୍ଧାର କରାଯାଇଛି । ଯାହାକି ଗତକାଲି ତଥ୍ୟ ଠାରୁ ୨୭ ପ୍ରତିଶତ ଅଧିକ ବୋଲି କହିଛନ୍ତି ସୂଚନ ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ ।