‘ଫୋନି’ ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଜାଣନ୍ତୁ, ବାତ୍ୟା କ୍ଷତିଗ୍ରସ୍ତଙ୍କୁ କେଉଁ ଜିଲ୍ଲାରେ ମିଳିବ କେତେ ଟଙ୍କା ?

‘ଫୋନି’ ପ୍ରପୀଡ଼ିତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

7,124

କନକ ବ୍ୟୁରୋ: ବାତ୍ୟା ‘ଫୋନି ପ୍ରଭାବିତଙ୍କ ପାଇଁ ରାଜ୍ୟ ରକାରଙ୍କ ବଡ଼ ଘୋଷଣା । ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତଙ୍କୁ ମିଳିବ ମାଗଣା ଚାଉଳ, ପଲିଥିନ୍ ଓ ଟଙ୍କା । ତେବେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ବାସିନ୍ଦାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ୫୦ କିଲୋ ଚାଉଳ ସହ ପଲିଥିନ୍ ଏବଂ ୨ ହଜାର ଟଙ୍କା ।

ଏଥିସହ ଖୋର୍ଦ୍ଧାରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ୧ ହଜାର ଟଙ୍କା ସହ ମାସକ ପାଇଁ ଚାଉଳ ଓ ପଲିଥିନ୍ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତି । ସେହିପରି କଟକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ାରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ୫ ଶହ ଟଙ୍କା ଏବଂ ଅତିରିକ୍ତ ମାସକ ପାଇଁ ଚାଉଳ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସେହିପରି ବାତ୍ୟା ‘ଫୋନି’ରେ ପ୍ରଭାବିତ ସମସ୍ତ ଜିଲ୍ଲାବାସୀଙ୍କୁ ଏକମାସର ଅତିରିକ୍ତ ପେନସନ୍ ସହ ରିଲିଫ୍ କୋଡ୍ ଅନୁଯାୟୀ, ଘର ନିର୍ମାଣ ପାଇଁ ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର । ତେବେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୯୫ ହଜାର ୧୦୦ଟଙ୍କା , ଆଶିଂକ କ୍ଷତିଗ୍ରସ୍ତଙ୍କ ପାଇଁ ୫ ହଜାର ୨୦୦ ଟଙ୍କା, କିଛି ମାତ୍ରାରେ କ୍ଷତି ହୋଇଥିବା ଘର ପାଇଁ ୩ ହଜାର ୨୦୦ଟଙ୍କା ଯୋଗାଇ ଦିଆଯାଯିବ ।

ସବୁଠାରୁ ବଡ଼କଥା ହେଲା କି, ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଘରଗୁଡ଼ିକ ରାଜ୍ୟ ଗୃହନିର୍ମାଣ ଯୋଜନା ଅନୁଯାୟୀ ନିର୍ମାଣ କରାଯିବ । ଅନ୍ୟପଟେ ପଶୁପକ୍ଷୀ ଓ ମାଛ ଚାଷ ସହ ଧାନ ଏବଂ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଗୁଡ଼ିକର ସମୀକ୍ଷା କରାଯାଇ ଏହାର କ୍ଷତିପୂରଣ ଦିଆଯିବ  । ଏଥିସହ ରିଲିଫ୍ ବଣ୍ଟନ ଓ ଥଇଥାନ୍ କାର୍ଯ୍ୟ ଶେଷ ହେବାପେର ମିଶନ୍ ମୋଡରେ ବୃକ୍ଷ ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମୀକ୍ଷା ପରେ କହିଛନ୍ତି ।