୨ ଦିନ ତଳେ ଝଲସୁଥିଲା, ଏବେ ଟିକିଏ ଆଲୋକ ପାଇଁ ରାହା ଖୋଜୁଛି ରାଜଧାନୀ ।

142

କନକ ବ୍ୟୁରୋ: ବିଭୀଷିକା ରଚିଲା ବାତ୍ୟା ‘ଫୋନି’ ଏବେ ଟିକିଏ ଆଲୋକ ପାଇଁ ରାହା ଖୋଜୁଛି ରାଜଧାନୀ । ଦେଶର ନମ୍ବର ୱାନ୍ ସ୍ମାର୍ଟ ସିଟି ଭାବେ ପରିଚିତ ଭୁବନେଶ୍ୱରରେ ବାତ୍ୟା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଉ ଚାରିଆଡ଼ ସତେ ଯେମିତି ନିସ୍ତବ୍ଧ ନିଶାଚର ଭାବେ ହୋଇପଡ଼ିଛି ରାଜଧାନୀ । ୨ ତଳେ ଯେଉଁ ରାଜଧାନୀରେ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଥିଲା ଆଜି ସେଇ ରାଜଧାନୀ ରାହା ଖୋଜୁଛି ।

ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ସତେ ଯେମିତି ରାଜଧାନୀ ଭୁବନେଶ୍ୱର ଛାତିରୁ ହୃତପିଣ୍ଡ କାଢ଼ି ନେଲା ଭଳି ତାହାର ସୌନ୍ଦ୍ୟର୍ଯ୍ୟତାକୁ ଛଡ଼ାଇ ନେଇଥିବା ହୃଦୟଙ୍ଗମ ହେଉଛି । ଏକରିକି ରାଜଧାନୀର ରାଜରାସ୍ତା ଆଉ ଛକ ଛକରେ ଲାଗିଥିବା ହଜାର ହଜାର ବିଦ୍ୟୁତ୍ ଖୁଣ୍ଟିକୁ ଉପାଡ଼ି ଦେଇଥିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଯାହାଫଳରେ ଦୁଇଦିନ ତଳେ ନୂଆ ବୋହୁ ପରି ଦିଶୁଥିବା ରାଜଧାନୀ ଭୁବନେଶ୍ୱର ଏବେ ନିଜର ଅସ୍ଥିତ୍ୱ ଖୋଜୁଛି ।

ସବୁଠାରୁ ଆକସ୍ମିକ କଥା ହେଲା ଯେ, କେବଳ ବିଦ୍ୟୁତ୍ ସରବରାହ ରାଜଧାନୀ ବାସୀଙ୍କ ଉପରେ ଦାଉ ସାଝିନି । ବରଂ ବୋଝ ଉପରେ ନଳିତା ବିଡ଼ା ଭଳି ଇଣ୍ଟରନେଟ୍ ସେବା ଠାରୁ ଆରମ୍ଭ କରି ମୋବାଇଲ ସେବା ଠପ୍ ହୋଇ ପଡ଼ିଛି । ଯାହାଫଳରେ ଯୋଗଯୋ ଠାରୁ ଆରମ୍ଭ କରି ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ରାଜଧାନୀ ବାସୀ । ସେହିପରି ପାନୀୟ ଜଳ ନେଇ ମଧ୍ୟ ଦାଉ ସାଝୁଛି ଦଇବ ।