ବ୍ୟବହୃତ ମାସ୍କକୁ କାଟ … ୭୨ ଘଣ୍ଟା ପରେ କାଗଜରେ ଗୁଡ଼ାଇ ଡ଼ଷ୍ଟବିନରେ ପକାଅ , ନହେଲେ ବଢିଯିବ ସଂକ୍ରମଣ । ସତର୍କ କଲେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ , ଆପଣଙ୍କ ଛୋଟିଆ ଅବଦାନ ରୋକିପାରିବ ସଂକ୍ରମଣ
ଦେଶରେ କରୋନାର ସ୍ଥିତି ଦିନକୁ ଦିନ ଅତି ଗମ୍ଭୀର ହେବାରେ ଲାଗିଛି । ହୁ’ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦେଶରେ ହଜାର ହଜାର ଲୋକଙ୍କୁ ଆକ୍ରାନ୍ତ କରିବା ସହ କାଳ ଆଡ଼କୁ ଟାଣିନେଇଗଲାଣି କରୋନା । ଏଭଳି ସ୍ଥିତିରେ ମାସ୍କ୍ ଏବଂ ସାନିଟାଇଜରକୁ ସାଥୀ କରିବା ପାଇଁ ଲୋକଙ୍କୁ ଚେତାଉଛନ୍ତି ସରକାର । ବଜାରରେ ଭଳି କି ଭଳି ଲୋକଙ୍କୁ ସୁହାଇଲା ଭଳି ମାସ୍କ୍ ମଧ୍ୟ ବିକ୍ରି ହେଉଛି । ୱାସେବଲ୍ ମାସ୍କ୍ ଠାରୁ ଆରମ୍ଭ କରି ଥରେ ବ୍ୟବହାର କରି ଫୋପାଡ଼ିବା ଭଳି ମାସ୍କ୍ ବଜାରରେ ଉପଲବ୍ଧ ରହିଛି । ହେଲେ କିଛି ଲୋକ ବ୍ୟବହୃତ ମାସ୍କକୁ ଏଣେତେଣେ ଫୋପାଡ଼ି ପ୍ରଶାସନ ଚିନ୍ତାକୁ ଦୁଇଗୁଣ କରିଦେଉଛନ୍ତି । ଲୋକେ ବୁଝିବା ଦରକାର ଯେ ଏହାଦ୍ୱାରା ସଂକ୍ରମଣ ଅଧିକ ବଢିଯିବ । ଏହାକୁ ନେଇ ବର୍ତ୍ତମାନ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ସିପିସିବି) ପକ୍ଷରୁ ଏକ ନିୟମ ଜାରି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସିପିସିବିର ନିୟମରେ କୁହାଯାଇଛି ଯେ ବ୍ୟବହୃତ ମାସ୍କକୁ କାଟି କମ୍ ସେ କମ୍ ୭୨ ଘଣ୍ଟା ପର୍ଯ୍ୟନ୍ତ କାଗଜ ଥଳିରେ ରଖି ଡ଼ଷ୍ଟବିନରେ ପକାନ୍ତୁ । ବଡ଼ ବଡ଼ ବାଣିଜ୍ୟ ପ୍ରତିଷ୍ଠାନ ତଥା କାର୍ଯ୍ୟାଳୟ ବର୍ତ୍ତମାନ କରୋନା ସଂକ୍ରମଣ ଅଧିକ ଦେଖାଯାଉଥିବା ବେଳେ ଏହି ନିୟମକୁ ପାଳନ କରି ସଂକ୍ରମଣକୁ ଏଡ଼ାଇବାକୁ ସିପିସିବି ନିର୍ଦ୍ଦେଶ ଦେଇଛନ୍ତି । ସପିଙ୍ଗ୍ ମଲ୍ , ବଡ଼ ବଡ଼ ଶିଳ୍ପସଂସ୍ଥା ,ବାଣିଜ୍ୟ ଅନୁଷ୍ଠାନ ଆଦିକୁ ସତର୍କ କରାଇବା ସହ ୩ ଦିନ ପର୍ଯ୍ୟନ୍ତ ଅଲଗା ଅଳିଆଡ଼ବାରେ ଏଭଳି ବ୍ୟବହୃତ ମାସ୍କକୁ କାଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିପିସିବି । ସଂକ୍ରମିତଙ୍କ ଦ୍ୱାରା ଛଡ଼ାଯାଇଥିବା ଖାଦ୍ୟ ତଥା ପାଣି ବୋତଲକୁ ବାୟୋ ମେଡ଼ିକାଲ୍ ଡ଼ଷ୍ଟବିନରେ ରଖିବାକୁ ବାରଣ କରିଛନ୍ତି ସିପିସିବି । ଏକ ହଳଦିଆ ରଙ୍ଗର ପଲିଥିନ୍ କେବଳ କୋଭିଡ଼୍ ଆକ୍ରାନ୍ତ ରୋଗୀଙ୍କ ପାଇଁ ବ୍ୟବହୃତ ହେବା ଜରୁରୀ ବୋଲି ସିପିସିବି କହିଛନ୍ତି ।