କନକ ବ୍ୟୁରୋ : ସାବରିମାଳା ମନ୍ଦିରକୁ ନେଇ ବିବାଦ ଥମିବାରେ ନା ନେଉ ନାହିଁ । ମହିଳାଙ୍କ ପ୍ରବେଶ ଉପରେ ରୋକ ଲାଗିଥିବା ବେଳେ ମାମଲା ପହଚିଂଥିଲା ସର୍ବୋଚ୍ଚ ନ୍ୟାୟାଳଙ୍କ ପାଖରେ । ତେବେ ମାମଲାର ବିଚାର କରି ପୂର୍ବରୁ ପ୍ରଚଳିତ ପ୍ରଥାକୁ ନିଷିଦ୍ଧ ଘୋଷଣା କରିବା ସହ ମହିଳାଙ୍କୁ ମନ୍ଦିର ପ୍ରବେଶ କରାଇବା ପାଇଁ ଅନୁମତି ଦେଇଥିଲେ । ତେବେ ଏହାପରେ କେରଳର ସାବରିମାଳାରେ ବିବାଦ ବଢିବାରେ ଲାଗିଥିଲା । ତେବେ  କେବଳ ବିବାଦ ଯେ, ହୋଇଥିଲା ତାହା ନୁହେଁ ବରଂ କେରଳରେ ବନ୍ଦ ପାଳନ ବି ହୋଇଥିଲା  ।

Advertisment

ଭାରତୀୟ ଜନତା ପାର୍ଟି, ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ଓ ଅନ୍ୟ ସ୍ଥାନୀୟ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ବି ଜଣାଇଥିଲେ। ତେବେ ଏହି ବନ୍ଦ ଡାକରା ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଡକାଯାଇଥିବା ଜଣାଯାଇଥିଲା। ତେବେ ଅନ୍ୟପକ୍ଷରେ କଂଗ୍ରେସ ବନ୍ଦ ଡାକରାରେ ସାମିଲ ହୋଇନଥିଲା କିନ୍ତୁ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା ।

ରାଜ୍ୟର ନିଲ୍ଲକଲ, ପମ୍ପା, ଏଲଭାକୁଲମ, ସନ୍ନିଧନମରେ ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗୁ କରି ଦିଆଯାଇଥିଲା। କେରଳ ବିଜେପି ନେତା ଶ୍ରୀଧରନ ପିଲାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ,  ଭଗବାନ ଅୟପ୍ପାଙ୍କ ଭକ୍ତମାନଙ୍କ ଉପରକୁ ପୋଲିସର ଲାଠିଚାର୍ଜ ବିରୋଧରେ ଦଳର କର୍ମକର୍ତ୍ତାଙ୍କ ଆନ୍ଦୋଳନରେ ଛିଡ଼ା ହେବାକୁ କୁହାଯାଇଛି । ତେବେ ସେଠାକାର ସ୍ଥାନୀୟ ସରକାରଙ୍କୁ ଏହି ମାମଲାରେ ସମାଲୋଚନା କରିବା ସହ ଭକ୍ତମାନଙ୍କ ଉପରେ ଲାଠିଚାର୍ଜକୁ ସହଜରେ ଗ୍ରହଣ କରାଯାଇ ନଥିଲା। ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲା । କିଛି ମହିଳା ସାମ୍ବାଦିକା ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ।