କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ଏକ ପାଖିଆ ଜନାଦେଶ ଦେଇଛନ୍ତି ଓଡ଼ିଶାର ଗାଁ ଲୋକ । ବୋଧହୁଏ ଏପରି ଫଳାଫଳ ପୂର୍ବରୁ କେବେ ହୋଇନଥିଲା । ରାଜନୈତିକ ଦଳ, ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି ପଂଚାୟତ ଫଳାଫଳ । ବୋଧହୁଏ ପ୍ରଥମ ଥର ପାଇଁ ୩୦ରୁ ୩୦ ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି ଶାସକ ଦଳ ।
କେବଳ ଓଡ଼ଶା କାହିଁକି ଭାରତରେ ମଧ୍ୟ ଏପରି ନିର୍ବାଚନ ଫଳାଫଳ ବିରଳ । ପ୍ରଥମ ଦୁଇ ଦିନରେ ୬୨୦ ଜିଲ୍ଲା ପରିଷଦ ଜୋନ୍ରେ ଗଣତି ହୋଇଥିଲା, ଏସବୁ ଜୋନ୍ରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି ।
କିଏ ପାଇଛି, କେତେ ଆସନ?
ଜିଲ୍ଲା ପରିଷଦ ଜୋନ୍ ବିଜେଡି ବିଜେପି କଂଗ୍ରେସ ଅନ୍ୟାନ୍ୟ
୬୨୦ ୫୫୩ ୩୧ ୩୦ ୬
୬୨୦ ଆସନରୁ ୫୫୩ ବିଜେଡି ସପକ୍ଷରେ ଯାଇଥିବା ବେଳେ ବିଜେପିକୁ ମାତ୍ର ୩୧ ସିଟ୍ ମିଳିିଛି । କଂଗ୍ରେସ ଖାତାକୁ ଯାଇଛି ୩୦ ଏବଂ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ଜିତି ପାରିଛନ୍ତି ୬ଟି ଜିଲ୍ଲା ପରିଷଦ ଜୋନ୍ ।
ପ୍ରଥମ ଦିନ ଗଣତି ଯାହା ଥିଲା, ୩ ଦିନ ଧରି ସମାନ ଢଙ୍ଗରେ ବିଜୟ ଅଭିଯାନ ଜାରି ରଖିଛି ବିଜେଡି । ପାଖାପାଖି ୯୦ ପ୍ରତିଶତ ଜିଲ୍ଲା ପରିଷଦ ଜୋନ୍ ଯାଇଛି ଶାସକ ଦଳ ସପକ୍ଷରେ । ତୃତୀୟ ଦିନର ଗଣତିର ଟ୍ରେଣ୍ଡ ଯାହା ରହିଛି, ତାହା ବି ପୂର୍ବ ଦୁଇ ଦିନର ଅନୁରୂପ ରହିଛି ।
ସବୁଠୁ ବଡ଼ କଥା ହେଉଛି, କେବଳ କୋରାପୁଟକୁ ଛାଡିଦେଲେ ଜିଲ୍ଲା ପରିଷଦ ଜୋନ୍ରେ ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ହୋଇନି ବିରୋଧୀ । ତୃତୀୟ ଦିନ ଗଣତିର ଟ୍ରେଣ୍ଡ ଏକରକମ ସ୍ପଷ୍ଟ କରୁଛି, ୩୦ ଟି ଯାକ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ହାତେଇବାକୁ ଯାଉଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/22-43.jpg)