କରୋନା ପରେ ଗଞ୍ଜାମରେ ଡ଼େଙ୍ଗୁ ଚିନ୍ତା: ଗୋଟିଏ ଗାଁରେ ୪୦ରୁ ଅଧିକ ପଜିଟିଭ

95

କନକ ବୁରୋ: କରୋନା ପରେ ଏବେ ଡ଼ରାଉଛି ଡ଼େଙ୍ଗୁ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅର୍ନ୍ତଗତ ସାନ ଆର୍ଯ୍ୟପଲ୍ଲୀରେ ଅଂଚଳରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଗାଁରେ ସରକାରୀ ଭାବେ ୪୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନେକ ରୋଗୀ ଘରୋଇ ହସ୍ପିଟାଲରେ ଚିକିସିତ ହେଉଛନ୍ତି ।

ଗ୍ରାମାଂଚଳରେ ଡେଙ୍ଗୁ ଆତଙ୍କ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । ଡେଙ୍ଗୁକୁ ନେଇ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସାନ-ଆର୍ଯ୍ୟପଲ୍ଲୀ ଗାଁରେ ପ୍ରାୟ ୪୦ ଜଣ ଲୋକେ ଡେଙ୍ଗୁରେ ପୀଡିତ ହୋଇଛନ୍ତି । ସରକାରୀ ଭାବେ ଏହି ସଂଖ୍ୟା କୁହାଯାଉଥିବା ବେଳେ ଆହୁରି ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା କୁହାଯାଉଛି ।

ଏହି ଗ୍ରାମରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାର କାରଣ ହେଉଛି ଗାଁରେ ବର୍ଷା ଜଳ ଜମି ରହିବା । ବର୍ଷା ହେଲେ ଗାଁରୁ ପାଣି ନିସ୍କାଷନ ହୋଇପାରୁ ନାହିଁ । ମଶାମାଛି ହେଉଛନ୍ତି, ଲୋକେ ପାଣି କାଦୁଅରେ ପଶି ଯିବା ଆସିବା କରୁଛନ୍ତି । ଫଳରେ ଲୋକେ ଜ୍ୱରରେ ପୀଡିତ ହେଉଛନ୍ତି । ସାନ-ଆର୍ଯ୍ୟପଲ୍ଲୀ ଗାଁରେ ବହୁ ଲୋକେ ଡେଙ୍ଗୁରେ ପୀଡିତ ହୋଇଥିବା ବେଳେ ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାକୁ ଦାବି ହୋଇଛି ।