କନକ ବ୍ୟୁରୋ: ବିଦ୍ୟାଳୟର ଶୈାଚାଳୟ ବିଲ୍ ନ ମିଳିବାରୁ ସ୍କୁଲରେ ତାଲା ପକାଇଲେ ଠିକାଦାର । ବାରଣ୍ଡାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ଏପରି ଘଟଣା ରାୟଗଡ଼ା ଜିଲ୍ଲା ମାଇକଂଚ ପଂଚାୟତର ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । କିଶୋର ଦିଶାରି ନାମ ଜଣେ ଠିକାଦାର ବିଦ୍ୟାଳୟ ପାଇଁ ଶୈାଚାଳୟ ନିର୍ମାଣ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ପ୍ରଶାସନ ତରଫରୁ ଟଙ୍କା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କାମ କରିବା ପରେ ବିଲ ନ ମିଳିବାରୁ ଠିକାଦାର ରାଗିଯାଇ ଶନିବାର ସ୍କୁଲର ସମସ୍ତ ଶ୍ରେଣୀ ଗୃହରେ ତାଲା ପକାଇଥିଲେ । ଯେ ପର୍ଯ୍ୟନ୍ତ ବିଲ ନମିଳିବ ସେ ପର୍ଯ୍ୟନ୍ତ ସ୍କୁଲରେ ତାଲା ପକାଇବୁ ବୋଲି ଠିକାଦାର କହିଛନ୍ତି । ଏନେଇ ବ୍ଲକ ପ୍ରଶାସନ ତରଫରୁ ତଦନ୍ତ କରାଯାଇ ଏହାର ତୁରନ୍ତ ସମାଧାନ କରି ସ୍କୁଲ ଖୋଲାଯିବା କୁହାଯାଇଛି ।

Advertisment