କନକ ବ୍ୟୁରୋ: ଡ଼୍ରଗସ ମାମଲାରେ କମେଡ଼ିଆନ୍ ଭାରତି ସିଂଙ୍କ ପରେ ଏବେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଛି ଏନସିବି । ଏନେଇ ସୁଚନା ଦେଇଛନ୍ତି ଏନସିବିର ଜୋନାଲ ଡ଼ାରେକ୍ଟର ସମୀର ୱାଂଖେଣ୍ଡ । ଆଜି ଭାରତୀ ଏବଂ ହର୍ଷଙ୍କର ମେଡ଼ିକାଲ ପରୀକ୍ଷଣ କରାଯିବ । ଏଥିପାଇଁ ଏନସିବି ଟିମ୍ ତାଙ୍କୁ ମେଡ଼ିକାଲ ନେଇଛନ୍ତି । ଏମାନଙ୍କ ସହିତ ଦୁଇଜଣ ଡ଼୍ରଗ୍ସ ପେଡ଼ଲରଙ୍କୁ ମଧ୍ୟ ମେଡ଼ିକାଲ ଯାଂଚ ପାଇଁ ନିଆଯାଇଛି । ଭାରତି ଏବଂ ହର୍ଷଙ୍କ ଘରେ ଶନିବାର ଏନସିବି ଚଢଉ କରି ତାଙ୍କ ଘରୁ ଗଂଜେଇ ଜବତ କରିଥିଲା । ଏନସିବି ଅଧିକାରୀଙ୍କ ପଚରା ଉଚରା ବେଳେ ଭାରତି ଏବଂ ହର୍ଷ ଗଂଜେଇ ନେଉଥିବା ନେଇ ସ୍ୱୀକାର କରିଥିଲେ । ଭାରତୀଙ୍କ ଘରୁ ଗଂଜେଇ ମିଳିବା ପରେ ଭାରତୀ ଏବଂ ହର୍ଷଙ୍କୁ ସମନ ପଠାଇଥିଲା ଏନସିବି । ଏହାପରେ ଶନିବାରେ ଭାରତୀଙ୍କୁ ୪ଘଂଟା ଧରି ପଚରା ଉଚରା ପରେ ପୋଲିସ ଗିରଫ କରିଛି ।
ଗତକାଲି ଭାରତୀଙ୍କୁ ଗିରଫ ପରେ ତାଙ୍କୁ ରାତିସାରା ଏନସିବି ଦପ୍ତରରେ ରହିବାକୁ ପଡ଼ିଛି । ଭାରତୀଙ୍କ ମା’ ତାଙ୍କୁ ଦେଖାକରିବା ପାଇଁ ଏନସିବିରେ ପହଂଚିଥିଲେ ମଧ୍ୟ ତାଙ୍କୁ ଭାରତୀଙ୍କ ସହ ଭେଟିବାକୁ ଦିଆଯାଇନଥିବା ଜଣାପଡ଼ିଛି । ଆଜି ଭାରତୀ ସିଂଙ୍କର ମେଡ଼ିକାଲ ଯାଂଚ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଭାରତୀଙ୍କ ଉପରେ କୋର୍ଟ କଣ ଶୁଣାଣି କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷଙ୍କ ଗିରଫଦାରୀ ଆହୁରୀ ଚର୍ଚ୍ଚା ସୃଷ୍ଟି କରିଛି । ସୋନି ଟିଭିରେ ପ୍ରସାରିତ ଦି କପିଲ ଶର୍ମା ସୋରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନ ଜିଣୁଥିଲେ ଅଭିନେତ୍ରୀ ଭାରତୀ ।
ଏନଡିପିଏସ ଆକ୍ଟ କଣ?
ଏନଡିପିଏସ୍ ଆକ୍ଟ ଅନୁସାରେ ଗିରଫ ହୋଇଛନ୍ତି କମେଡି ଦମ୍ପତି । ଏବେ ଆସନ୍ତୁ ଜାଣିବା ଏହି ଆକ୍ଟ କଣ-
-ଡ୍ରଗ୍ସ କିଣିବା, ବିକ୍ରି କରିବା ଓ ବ୍ୟବହାର କଲେ ଦଣ୍ଡବିଧାନ
-୧୦ରୁ ୨୦ ବର୍ଷ ଯାଏଁ ହୋଇପାରେ ଦଣ୍ଡବିଧାନ
-ଦୋଷୀସାବ୍ୟସ୍ତ ହେଲେ ଜୋରିମାନା ବି ହୋଇପାରେ
ଭାରତୀ ଓ ହର୍ଷଙ୍କୁ ଏନସିବିର ପ୍ରଶ୍ନ ?
ମୁମ୍ବାଇ ଘରୁ ଗଞ୍ଜେଇ ମିଳିବା ପରେ ଏନସିବି ଭାରତୀ ଓ ହର୍ଷଙ୍କୁ ପଚରାଉଚରା କରିଥିଲା । କଣ ହୋଇପାରେ ପ୍ରଶ୍ନ ଆସନ୍ତୁ ତା ଉପରେ ନଜର ପକାଇବା ।
• ପ୍ରଥମେ ଡ୍ରଗ୍ସ କେବେ ନେଇଥିଲେ ?
• କିଏ କିଏ ଡ୍ରଗ୍ସ ସେବନ କରୁଥିଲେ?
• କେଉଁଠୁ ଡ୍ରଗ୍ସ ଆଣିଲେ ?
• କେଉଁଠୁ ଡ୍ରଗ୍ସ କିଣିଲେ ?
କେତେ ଟଙ୍କାରେ ଗଞ୍ଜେଇ ଓ ଡ୍ରଗ୍ସ କିଣିଲେ ?
• ଆପଣଙ୍କ ଘରକୁ ଗଞ୍ଜେଇ ଓ ଡ୍ରଗ୍ସ କେଉଁଠୁ ଆସିଲା?
• ଡ୍ରଗ୍ସ ଓ ଗଞ୍ଜେଇ ପାଇଁ ପେମେଂଟ କେମିତି କଲେ ?
• କେଉଁ କେଉଁ ପେଡଲରଙ୍କ ସହ ସମ୍ପର୍କ ଅଛି ?
• ଡ୍ରଗ୍ସ ଓ ଗଞ୍ଜେଇ ବିକ୍ରି ବି କରୁଥିଲେ କି?
• କେଉଁ ସିଣ୍ଡିକେଟକୁ ଜାଣିଛନ୍ତି କି?
ଏବେ ନଜର ପକାନ୍ତୁ ଭାରତୀ ସିଂ କିଏ ,ଯାହାଙ୍କୁ ନେଇ ଆଜି ଏତେ ଚର୍ଚ୍ଚା ହେଉଛି ।
• ଦେଶର ଜଣେ ପ୍ରମୁଖ ହାସ୍ୟ କଳାକାର
• ଫୋର୍ବସ ଲିଷ୍ଟରେ କମେଡିଆନ ଭାରତୀ ସିଂ
• ୨୦୧୯ରେ ଭାରତୀଙ୍କ ଆୟ ୧୧ କୋଟି
• ୨୦୧୮ରେ ୧୩ କୋଟି ୯୫ ଲକ୍ଷ ଆୟ
• ଫୋବର୍ସ ଲିଷ୍ଟରେ ସାମିଲ ଭାରତୀ ସିଂ
• ଫୋବର୍ସ ଲିଷ୍ଟର ୮୨ ତମ ସ୍ଥାନରେ ଭାରତୀଙ୍କ ନାଁ
• ଶହେ ପ୍ରମୁଖ ସେଲିବ୍ରିଟିଙ୍କ ମଧ୍ୟରେ ଭାରତୀଙ୍କ ନାଁ