କନକ ବ୍ୟୁରୋ : ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ । ସୂର୍ଯ୍ୟକୁ ନେଇ ଅଧିକ ଅନୁଧ୍ୟାନ କରିବା ପାଇଁ ଇସ୍ରୋ ପକ୍ଷରୁ ଜାରି ରହିଛି ଏକ ଅଭିଯାନ । ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏକ ମହାକାଶ ଯାନ ସୂର୍ଯ୍ୟ ଅଭିମୁଖେ ପଠାଇବ ଇସ୍ରୋ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ମହାକାଶ ଯାନ - ଆଦିତ୍ୟ ଏଲ୍-ୱାନ୍ । ଖୁବଶୀଘ୍ର ଏ ନେଇ ଘୋଷଣା କରିବ ଇସ୍ରୋ । ଏହି ମହାକାଶ ଯାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ କରିବେ ଗବେଷଣା । ସୂର୍ଯ୍ୟର ଅତି ବାଇଗେଣି ରଶ୍ମିକୁ ନେଇ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ - ଆଦିତ୍ୟ ଏଲ୍-ୱାନ୍ ।

Advertisment

ଭାରତର ସୂର୍ଯ୍ୟ ଅଭିଯାନର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ...

ସୂର୍ଯ୍ୟକୁ କେମିତି ଯିବ ଯାନ ?

ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ଆଦିତ୍ୟ-ଏଲ୍ ୧ ମହାକାଶ ଯାନ
ସୂର୍ଯ୍ୟ ସଂପର୍କରେ ଗବେଷଣା ପାଇଁ ଭାରତର ପ୍ରଥମ ପ୍ରୟାସ
ଆନ୍ଧ୍ରର ଶ୍ରୀହରିକୋଟାରୁ ହେବ ଉତ୍କ୍ଷେପଣ
୧୫୦୦ କିଲୋ ଓଜନର ୭ଟି ପେ’ଲୋଡ୍ ନେଇ ଅନ୍ତରୀକ୍ଷକୁ ଯିବ ଆଦିତ୍ୟ-ଏଲ୍ ୱାନ୍
ପ୍ରଥମ ‘ଲାଗରେଂଜ’ ପଏଂଟ ନିକଟରେ ଅବସ୍ଥାପିତ ହେବ ଆଦିତ୍ୟ-ଏଲ୍ ୱାନ୍
‘ଲାଗରେଂଜ’ ପଏଂଟରେ ଉଭୟ ପୃଥିବୀ ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି କାର୍ଯ୍ୟ କରେ
ଏଇଠି ରହି ସୌର ମଣ୍ଡଳର ସ୍ଥିତି ଅନୁଧ୍ୟାନ କରିବ ଆଦିତ୍ୟ-ଏଲ୍ ୱାନ୍ ସାଟେଲାଇଟ୍
ପୃଥିବୀ ବାୟୁମଣ୍ଡଳ ଭିତରେ ସୂର୍ଯ୍ୟକିରଣ ପ୍ରବେଶ କଲେ ତାହା ଖେଳେଇ ହୋଇଯାଏ
ସେଥିପାଇଁ ପୃଥିବୀରେ ରହି ସୂର୍ଯ୍ୟ କିରଣ ଉପରେ ଅନୁଧ୍ୟାନ ସମ୍ଭବ ହୁଏନି
ପୃଥିବୀ ବାୟୁମଣ୍ଡଳ ବାହାରେ ‘ଲାଗରେଂଜ’ ପଏଂଟରେ ରହି ଅନୁଧ୍ୟାନ କରିବ ଆଦିତ୍ୟ-ଏଲ୍ ୱାନ୍
ସୂର୍ଯ୍ୟ, ପୃଥିବୀରୁ ୧୫ କୋଟି କିଲୋମିଟର ଦୂରରେ ରହିଛି
ଆଦିତ୍ୟ-ଏଲ୍ ୱାନ୍, ପୃଥିବୀରୁ ଦୂରତା ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିବ
ସୂର୍ଯ୍ୟଠାରୁ ୧୪ କୋଟି ୮୫ ଲକ୍ଷ କିଲୋମିଟର ଦୂରରେ ରହିବ ଆଦିତ୍ୟ-ଏଲ୍ ୱାନ୍
ସୂର୍ଯ୍ୟ କିରଣ ଏଥିରେ କୌଣସି ପ୍ରଭାବ ପକାଇବ ନାହିଁ
ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, କରୋନା ସଂପର୍କରେ ତଥ୍ୟ ଦେବ
ଅତି ବାଇଗଣୀ ରଶ୍ମି ବିକିରଣ ଓ ବିଶ୍ୱ ଜଳବାୟୁ ନେଇ ଗବେଷଣା କରିବ
ସୌର ଚୁମ୍ବକୀୟ ଝଡ଼, ବାୟୁ ମଣ୍ଡଳ ସଂପର୍କରେ ଅନୁଧ୍ୟାନ କରିବ
ସୂର୍ଯ୍ୟ ଅଭିଯାନ ପାଇଁ ବ୍ୟୟ ଅଟକଳ ୩୭୮ କୋଟି
୨୦୨୪ରେ ଆରମ୍ଭ ହେବ ଭାରତର ଶୁକ୍ର ମିସନ୍