କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବ୍ରିଟିଶ ସଂସଦକୁ ସମ୍ବୋଧନ କରିବେ । ଏହା ପୂର୍ବରୁ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଲୋକତନ୍ତ୍ରକୁ ନେଇ ସମ୍ବୋଧିତ କରିଥିଲେ । ରାହୁଲ ସେ ସମୟରେ କହିଥିଲେ ଭାରତରେ ଅନେକ ରାଜନେତାଙ୍କ ମୋବାଇଲରେ ପେଗାସସ ଅଛି । ମୋ ଫୋନରେ ମଧ୍ୟ ପେଗାସସ ଥିଲା । ରାହୁଲ ଦାବି କରିଛନ୍ତି ଯେ ତାଙ୍କୁ ଗୁଇନ୍ଦା ଅଧିକାରୀମାନେ କହିଥିଲେ ଯେ ସେ ଫୋନରେ କଥାବାର୍ତ୍ତା କରିବା ବେଳେ ସତର୍କତା ଅବଲମ୍ବନ କରିବେ । କାରଣ ଫୋନର କଥାବାର୍ତ୍ତା ଗୁଡିକ ରେକର୍ଡ କରାଯାଉଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧୀ ୱେଷ୍ଟମିଷ୍ଟର ପ୍ୟାଲେସର ଗ୍ରାଣ୍ଡ କମିଟିକୁ ସମ୍ବୋଧିତ କରିବେ । ବ୍ରିଟିଶ ସଂସଦରେ ରାହୁଲ ଗାନ୍ଧୀଙ୍କ ଏହି ସମ୍ବୋଧନ ସାଂସ୍କୃତିକ, ସାମାଜିକ ଏବଂ ବ୍ୟବସାୟିକ ସମ୍ବନ୍ଧ ଉପରେ ଆଧାରିତ । ଲଣ୍ଡନ ସ୍ଥିତ ଥିଙ୍କ ଟ୍ୟାଙ୍କ ଚୌଥାମ ହାଉସରେ ମଧ୍ୟ ସେ ନିଜର କଥାକୁ ରଖିବେ । ଏହା ପରେ ସେ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସାମିଲ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Capture-8.jpg)