ମଧ୍ୟବିତ୍ତଙ୍କ ଆଶା ମଉଳିଲା, ସୋସିଆଲ ମିଡିଆରେ ମଜାକ୍ ଉଡି଼ଲା

389

କନକ ବ୍ୟୁରୋ: ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ବଜେଟ । ବଜେଟରେ ଅନେକ ବଡ ବଡ ଘୋଷଣା କରାଯାଇଛି । ଉଠା ଦୋକାନୀଙ୍କୁ ପେନସନ, ଘରେ ଘରେ ଜଳ, ମହିଳାଙ୍କ ପାଇଁ ସୁବିଧା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ବଜେଟରେ ଗରିବଙ୍କ ମୁଣ୍ଡରେ ସୁନାକଳ ଆଉ ଧନୀଙ୍କୁ ଶକ୍ତ ଧକ୍କା ଦିଆଯାଇଛି ବେଳେ ମଧ୍ୟବିତ୍ତଙ୍କୁ ହାଲକା ସୁବିଧା ମିଳିଛି । ବଜେଟ ସରୁସରୁ ମୋଦି କହିଛନ୍ତି ଚଳିତ ଗରିବ ଓ ମଧ୍ୟମବର୍ଗଙ୍କ ପାଇଁ ।


ସେପଟେ ବଜେଟ ଉପସ୍ଥାପନା ପରେ ସୋସିଆଲ ମିଡିଆରେ ପ୍ରବଳ ଟ୍ରଲ କରିଛନ୍ତି ୟୁଜର୍ସ । ମଧ୍ୟବିତ୍ତଙ୍କୁ ବଜେଟରେ କଣ ମିଳିଛି ବୋଲି ଟ୍ୱିଟରରେ ପ୍ରବଳ ଟ୍ରଲ କରାଯାଇଛି । ବିଭିନ୍ନ ମଜାଳିଆ ପୋଷ୍ଟ କରି ବଜେଟ ଓ କେନ୍ଦ୍ର ସରକାରଙ୍କ ମଜାକ୍ ଉଡାଇଛନ୍ତି ଲୋକେ । ନଜର ପକାନ୍ତୁ ସେମିତି କିଛି ପୋଷ୍ଟ ।

 

ଖାଲି ସାଧାରଣ ଲୋକେ ନୁହେଁ ବଡବଡ ପଲିଟିସିଆ ମଧ୍ୟ ବଜେଟକୁ କଟାକ୍ଷ କରିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ସହ ଅନେ ନେତା ବଜେଟରେ କୃଷି ଓ ମଧ୍ୟବିତ୍ତଙ୍କୁ କେନ୍ଦ୍ର ସରକାର ଠକେଇ ଦେଇଛନ୍ତି ବୋଲି ଲେଖିଛନ୍ତି ।

ତେବେ ବଜେଟ ଉପସ୍ଥାପନା ବେଳେ ଗୃହରେ ରାହୁଲ ଗାନ୍ଧି କେମିତି ବଜେଟକୁ ଶୁଣୁଥିଲେ, ବୁଝୁଥିଲେ ଆଉ ଗ୍ରହଣ କରୁଥିଲେ ତାକୁ ନେଇ ମଧ୍ୟ ମଜା ଉଡାଯାଇଛି ।