କନକ ବ୍ୟୁରୋ: ଖବର ବାଜିଲା ପ୍ରଭାବ ପଡିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡାକ୍ତର ନିଯୁକ୍ତ ହେବାର ମିଳିଲା ପ୍ରତିଶ୍ରୁତି । ଆଉ ଡାକ୍ତର ନିଯୁକ୍ତି ଦାବି ନେଇ ୭ ଦିନ ହେଲା ଆମରଣ ଅନଶନରେ ବସିଥିବା ଆନ୍ଦୋଳନକାରୀ ଧାରଣାରୁ ହଟିଛନ୍ତି । କିଛି ଦିନ ତଳେ ରାଜକନିକା ଓଳାଭରରେ ଥିବା ରାଧାନାଥ ରଥ ହସପିଟାଲରେ ଫାର୍ମାାସିଷ୍ଟ ଚିକିତ୍ସା କରୁଥିବା ଖବର ପ୍ରସାରଣ ହୋଇଥିଲା । ଏହାର ବିରୋଧ କରି ଆମରଣ ଅନଶନ କରିଥିଲେ କିଛି ସାମାଜିକ କର୍ମୀ । ଚିକିତ୍ସା ବିଭାଗରେ ମହିଳା ୱାର୍ଡରୁ ନେଇ ଗୁରୁତ୍ୱପୁର୍ଣ୍ଣ ବିଭାଗ ଗୁଡିକରେ ଝୁଲୁଛି ତାଲା । ସନ୍ଧ୍ୟା ହେଲେ ମେଡିକାଲ ବି ବନ୍ଦ ରହୁଥିଲା । କୌଣସି ଗୁରୁତର ରୋଗୀଟିଏ ଆସିଲେ ଚିକିତ୍ସା ଟିକେ ମିଳିପାରୁନି । ସମସ୍ୟା ନେଇ ବହୁବାର ଅଭିଯୋଗ କରାଯାଇଥିଲେ ବି କୌଣସି ପ୍ରକାରର ସମାଧାନ ହୋଇପାରିନଥିଲା । ଏନେଇ ଆମରଣ ଅନଶନ କରିବା ସହ ଡାକ୍ତର ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରଖିବାକୁ ଦିଆଯାଇଥିଲା ଚେତାବନୀ ।
ତେବେ ଘଟଣା ନେଇ ଖବର କନକ ନ୍ୟୁଜରେ ପ୍ରସାରଣ ହେବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପହଞ୍ଚି ପ୍ରତିଶ୍ରୁତି ଦେଇଛନ୍ତି । ଖୁବଶୀଘ୍ର ଡାକ୍ତରଖାନାରେ ଡାକ୍ତର ନିଯୂୁକ୍ତି କରାଯିବା ସହ ଲୋକଙ୍କୁ ସବୁ ସମୟରେ ଚିକିତ୍ସା ମିଳିବ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଖୁସି ଦେଖିବାକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-20-19h10m55s233.jpg)