କନକ ବ୍ୟୁରୋ: ମୋଦୀ ଗ୍ୟାରେଂଟି ଏବଂ ନବୀନ ବ୍ରାଣ୍ଡ । ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଚେହେରା କରି ବିଜେପି ପ୍ରାୟ ରାଜ୍ୟରେ ନିର୍ବାଚନୀ ସଫଳତା ପାଉଛି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟୀ ହେବା ପରେ ମୋଦୀ ଗ୍ୟାରେଂଟି ଗୋଟିଏ ବଡ ଫ୍ୟାକ୍ଟର ବୋଲି କୁହାଯାଉଛି । ଆଉ ମୋଦୀଙ୍କୁ ବିଶ୍ୱାସ କରି ଲୋକେ ଭୋଟ୍ ଦେଉଛନ୍ତି ବୋଲି ବିଜେପି ନେତା ଦାବି କରୁଛନ୍ତି । ହେଲେ ଏହାର ପ୍ରଭାବ ଓଡିଶା ରାଜନୀତିରେ କେତେ ପଡିବ ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଓଡିଶାରେ ବିଜେପି ମେଂଟରୁ ଓହରିବା ପରେ ବିଜେଡି ଏକାକୀ ସରକାର ଗଢି ଆସୁଛି ୨୦୦୯ ମସିହାରୁ । ଯଦିଓ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ରାଜ୍ୟ ବିଜେପି ଉତ୍ସାହିତ କିନ୍ତୁ ଏଯାବତ ରାଜ୍ୟରେ ସଫଳତା ସେଭଳି ପାଇ ନାହିଁ । ଅନ୍ୟପଟେ ଶାସକ ଦଳର ନେତା କହୁଛନ୍ତି, ୨୦୦୦ ମସିହାରୁ ଏଯାବତ ନବୀନ ମଡେଲ ଚାଲୁଛି । ଏଠାରେ ଅନ୍ୟ କୌଣସି ମଡେଲ ଚାଲିପାରିବ ନାହିଁ ବୋଲି କହୁଛନ୍ତି । କିନ୍ତୁ ଏହା ମଧ୍ୟ ଏବେ କହୁଛନ୍ତି, ଯେ ମୋଦୀଙ୍କ ଲୋକପ୍ରିୟତା ରହିଛି । ହେଲେ ପ୍ରତିଶ୍ରୁତି ଦେଇ ପୂରଣ କରିବାରେ ବିଫଳ ହୋଇଛି ବିଜେପି ।