କନକ ବ୍ୟୁରୋ : ଆଜିକାଲି ବେଶ ଚର୍ଚ୍ଚାରେ ରହିଛି ‘କଂଗ୍ରେସ ଫାଇଲ୍ସ’ । ବିଜେପି ନିଜ ଅଫିିସିଆଲ ଟୁଇଟର ହ୍ୟାଣ୍ଡେଲରେ କଂଗ୍ରେସ ଫାଇଲ୍ସ ନାଁରେ ଗୋଟେ ପରେ ଗୋଟେ ଭିଡିଓ ଜାରି କରି କଂଗ୍ରେସ ଉପରେ ସଂଗୀନ ଅଭିଯୋଗ ଆଣୁଛି । ୟୁପିଏ ସରକାର ସମୟରେ କଂଗ୍ରେସ କିଭଳି ବଡ ଧରଣ ଦୁର୍ନିତୀ ଏବଂ ଜାଲିଆତି କରିଥିଲା ତାର ଲମ୍ବା ଚିଠା ଦେଖାଇ ପ୍ରଶ୍ନ ଉଠାଇଛି ବିଜେପି    ।

Advertisment

କଂଗ୍ରେସ ଫାଇଲ୍ସ ଥ୍ରୀରେ ଜାରି କରି କୋଇଲା ଦୁୁର୍ନିତୀ କଥା ଉଠାଇଛି ବିଜେପି । କଂଗ୍ରେସ ଫାଇଲ୍ସ ଥ୍ରୀ ଭିଡିଓ ଜାରି କରି ବିଜେପି କହିଛି---କୋଇଲା ଦଲାଲି କରି କଂଗ୍ରେସ ନିଜ ହାତ କଳା କରିଛି । ୨୦୧୨ ମସିହାରେ କଂଗ୍ରେସ ବଡ ଧରଣର କୋଇଲା ଦୁର୍ନିତୀ କରିଥଲା । କଂଗ୍ରେସ ନୁହେଁ ପୂରା ୟୁପିଏ ସରକାର ଏହି କଳାକରାନାମା ଏହା ପଛରେ ରହିିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଜନତାଙ୍କୁ ପ୍ରତିଶ୍ରୁତି କମ ଓ ଘୋଟାଲା ଅଧିକ କରିଥିଲେ । ବିଜେପି କହିଛି ୨୦୦୪ରୁ ୨୦୦୯ ମସିହା ଭିତରେ ୧୦୦ କମ୍ପାନୀକୁ କୋଇଲା ଆବଣ୍ଟନ କରିଥିଲା କଂଗ୍ରେସ । ଯାହା ନିୟମ ବିରୋଧୀ ଥିଲା । ଏହା ଦ୍ୱାରା ଦେଶର ୮୬ ହଜାର କୋଟି କ୍ଷତି ହୋଇଥିଲା । କୋଇଲା କମ୍ପାନୀଙ୍କ ସହ ମିଶି କଂଗ୍ରେସ ଯେଉଁ ଦୁର୍ନିତି କରିଥିଲା ତାହା ବିଶ୍ୱ ଦରବାରରେ ଦେଶର ଛବି ଖରାପ କରିଥିଲା

ବିଜେପି ଜାରି କରିଛି ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଭାଗ । କଂଗ୍ରେସ ଅମଳରେ ହୋଇଥିବା ଜାଲିଆତି ଓ ଦୁର୍ନୀତି ବାବଦରେ ଦ୍ୱିତୀୟ ଭାଗରେ ସୂଚନା ଦିଆଯାଇଛି । ଏଥିରେ ବିଜେପି ଅଭିଯୋଗ କରିଛି ଯେ, ଏମ୍ ଏଫ୍ ହୁସେନଙ୍କ ପେଂଟିଂକୁ ପ୍ରିୟଙ୍କା ଗାନ୍ଧୀ ବିକ୍ରି କରିଥିଲେ । ୟେସ୍ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁର ଏହାକୁ ପ୍ରିୟଙ୍କାଙ୍କଠାରୁ ୨ କୋଟି ଟଙ୍କାରେ କିଣିଥିଲେ । ଏଥିରୁ ମିଳିଥିବା ଅର୍ଥକୁ ସୋନିଆ ଗାନ୍ଧୀଙ୍କ ଚିକିତ୍ସାରେ ଖର୍ଚ୍ଚ କରାଯାଇଥିଲା । ଏଫ୍ଏଟିଏଫ୍ ରିପୋର୍ଟକୁ ଆଧାର କରି ବିଜେପି କହିଛି, ଏହି ରିପୋର୍ଟରେ ଏପର୍ଯ୍ୟନ୍ତ ଆତଙ୍କବାଦ ପାଣ୍ଠି ଚାଲାଣ କରୁଥିବା ପାକିସ୍ତାନ ଭଳି ଦେଶର କେସ୍ ଷ୍ଟଡି ହେଉଥିଲା । ଏବେ ଗାନ୍ଧୀ ପରିବାରର ଦୁର୍ନୀତିର କେସ୍ ଷ୍ଟଡି କରାଯାଉଛି । ଏଥିରେ ରାଣା କପୁର ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଦେଇଥିବା ବୟାନକୁ ସ୍ଥାନ ଦିଆଯାଇଛି । ରାଣା କପୁରଙ୍କୁ ପଦ୍ମଭୂଷଣ ଦେବା ପାଇଁ ଗାନ୍ଧୀ ପରିବାର ପକ୍ଷରୁ ଅହମ୍ମଦ ପଟେଲ କହିଥିବା ଅଭିଯୋଗ ହୋଇଛି ।

ପ୍ରଥମ ଭିଡିଓରେ କଂଗ୍ରେସର ଶାସନ କାଳରେ କିପରି ୪ ଲକ୍ଷ ୮୨ ହଜାର ୬୯ କୋଟି ଟଙ୍କାର ଦୁର୍ନୀତି ଓ ଜାଲିଆତି ହୋଇଥିଲା ତାହା ଦର୍ଶାଯାଇଛି । ‘କଂଗ୍ରେସ ଅର୍ଥ ଦୁର୍ନୀତି’ ଶୀର୍ଷକରେ ବିଜେପି ଏହି କଂଗ୍ରେସ ଫାଇଲ୍ସ ଜାରି କରିଛି । ଭିଡିଓର ବ୍ୟାଖ୍ୟାକାରୀ କଂଗ୍ରେସର ୭୦ ବର୍ଷର ଶାସନ ବେଳର ଜାଲିଆତି ବାବଦରେ କହିଛନ୍ତି । ଏଥିରେ କୋଇଲା ଜାଲିଆତି, ୨ଜି ସ୍ପେକ୍ଟ୍ରକମ୍ ମହାଦୁର୍ନୀତି ବାବଦରେ କୁହାଯାଇଛି । ଏହି ଟଙ୍କାରେ ୨୪ ଆଇଏନ୍ଏସ୍ ବିକ୍ରାନ୍ତ, ୩ ଶହ ରାଫେଲ ଯୁଦ୍ଧ ବିମାନ ଏବଂ ହଜାରେ ମିଶନ ମଙ୍ଗଳ ବନାଯାଇ ପାରିଥାନ୍ତା କିମ୍ବା କିଣାଯାଇ ପାରିଥାନ୍ତା । କଂଗ୍ରେସ ଦ୍ୱାରା ହୋଇଥିବା ଦୁର୍ନୀତିର ମୂଲ୍ୟ ଏବେ ଦେଶକୁ ଭରଣା କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ଦୁର୍ନିତୀକୁ ପ୍ରସଙ୍ଗକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଅଭିଯୋଗ ଓ ବୟାନବାଜୀ ଚାଲିଛି । ସେପଟେ ନିର୍ବାଚନୀ ଉଷ୍ମତା ଭିତରେ କଂଗ୍ରେସ ଫାଇଲ୍ସ ଜାରି କରି ବିଜେପି ଗୋଟେପଟେ ଭୋଟରଙ୍କ ଆସ୍ଥା ଜିତିବା ପାଇଁ ପ୍ରୟାସ କରୁଛି ଅନ୍ୟପଟେ ଭୋଟରଙ୍କ ନିକଟରେ କଂଗ୍ରେସ ଭାବମୂର୍ତି ଖରାପ କରି ନିଜ ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । କିନ୍ତୁ ଏହାର ଅସଲ ପ୍ରଭାବ ଭୋଟରଙ୍କ ଉପରେ ପଡିବ ତ ସେ ଚିତ୍ର ସ୍ପଷ୍ଟ ହେବ ଆଗାମୀ ନିର୍ବାଚନରେ ।