ବିଜେପିକୁ କଡା ଭାଷାରେ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ମିଛ କହିବାର ସୀମା ଟପୁଛନ୍ତି ବିରୋଧୀ । ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି, ଏବଂ ରାଜ୍ୟବ୍ୟାପୀ କରୁଛନ୍ତି ପ୍ରଚାର

95

କନକ ବ୍ୟୁରୋ : ସଭା ମଂଚରୁ ସାମ୍ବାଦିକ ସମ୍ମିଳନୀ ସବୁଠି ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଜେପି ନେତାମାନେ ବାରମ୍ବାର ପ୍ରଶ୍ନ ଉଠାଇବା ପରେ, ନିଜେ ସାମନାକୁ ଆସିଛନ୍ତି ନବୀନ । ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ବିରୋଧୀଙ୍କୁ କଡା ଜବାବ୍ ଦେଇଛନ୍ତି । କହିଛନ୍ତି, ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି, ରାଜ୍ୟବ୍ୟାପୀ ପ୍ରଚାର କରୁଛି । ବିଜେପି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛି । ମିଛ କହିବାର ବି ଗୋଟିଏ ସୀମା ଥାଏ ।

ମୁଖ୍ୟମନ୍ତ୍ରୀ ଜବାବ ଦେବା ପୂର୍ବରୁ ସେ ବନ୍ଧକ ଥିବା ଅଭିଯୋଗ ଆଣିି ତାଙ୍କୁ ମୁକ୍ତ କରିବା ଦାବିରେ ଭୁବନେଶ୍ୱରରେ ପ୍ରତିବାଦ କରିଛି ରାଜ୍ୟ ବିଜେପି । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ବିଜେପି ନେତା । ଗୁରୁବାର ପୁଲିସ ଡିଜିଙ୍କୁ ଚିଠି ଲେଖିଥିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଓ କିଛି ଅଧିକାରୀ ତାଙ୍କୁ ବନ୍ଧନ କରି ରଖିଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଏଭଳି ସମ୍ବେଦଶୀଳ ଘଟଣାରେ ପଦକ୍ଷେପ ନେବାକୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି । ତାଙ୍କ ସହ ଆଲୋଚନା ପାଇଁ ଜଣେ ପୂର୍ବତନ ବିଚାରପତିଙ୍କୁ ଛଡା ଯାଉ ବୋଲି ଅନୁରୋଧ କରିଛନ୍ତି ।

ତୃତୀୟ ପର୍ଯ୍ୟାୟ ପ୍ରଚାର ହେବା ପରେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଚାଲିଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର ବି କରୁଛନ୍ତି । କିନ୍ତୁ ସେ ସୁସ୍ଥ ନଥିବା ଅଭିଯୋଗ କରି ଆସୁଛି ବିଜେପି ।